Monday, March 16, 2026
24.3 C
Odisha

    ସରକାରଙ୍କୁ ବିଜେଡିର ପରାମର୍ଶ; ସଙ୍କୀର୍ଣ୍ଣ ମନୋଭାବ, ଅସହିଷ୍ଣୁ ରାଜନୀତି ଛାଡ଼ନ୍ତୁ

    ଆଗକୁ ପଢନ୍ତୁ

    ପଞ୍ଚାୟତର ବିକାଶରେ ଦେଶର ବିକାଶ ହେବ। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଆଧାରକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇ ଥାନ୍ତା। ଅନେକ ଜନହିତକରୀ କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ ହେଉଛି। କିନ୍ତୁ ବିଜେପି ସରକାର ଜାରି କରିଥିବା ଏକ ଅଲିଖିତ ନିର୍ଦ୍ଦେଶନାମା ବଳରେ ପ୍ରଶାସନିକ ଅଧିକାରୀମାନେ ଏହି ଯୋଜନାର ପ୍ରକଳ୍ପ ଗୁଡିକୁ ଆଗକୁ ବଢ଼଼ିବାରେ ସହଯୋଗ କରୁ ନାହାନ୍ତି। ଏହା ଗାଁ ଲୋକଙ୍କ ପ୍ରକଳ୍ପ ଥିଲା। ବିକାଶ ପାଇଁ ଅର୍ଥ ଦିଆଯାଇ ଥିଲା। ତେଣୁ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ଯେଉଁ ପ୍ରକଳ୍ପ ମଞ୍ଜୁର ହୋଇଛି ତାହା ବନ୍ଦ କରାନଯାଉ। ରାଜ୍ୟ ସରକାର ଅସହିଷ୍ଣୁ ଏବଂ ସଂକୀର୍ଣ୍ଣ ମନୋଭାବ ତ୍ୟାଗ କରି କାମ ବନ୍ଦ କରିବା ବଦଳରେ କାମ ସମ୍ପୂର୍ଣ୍ଣ କରିବା ଦିଗରେ ଯତ୍ନବାନ୍‌‌ ହୁଅନ୍ତୁ। ଆଜି ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଅବସରରେ ବିଜେଡି ବିଧାୟକମାନେ ଏହି ଦାବି ଉଠାଇଥିଲେ।

    ମନ୍ତ୍ରୀ ରବି ନାରାୟଣ ନାଏକ ଖର୍ଚ୍ଚଦାବି ପ୍ରସ୍ତାବ ଆଗତ କରିବା ପରେ ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଥିଲେ, ରାଜ୍ୟ ସରକାର ଗ୍ରାମର ବିକାଶ ଚାହୁଁଛନ୍ତି ବୋଲି କହୁଛନ୍ତି। କିନ୍ତୁ କାମରେ ତାହା ପ୍ରତିଫଳିତ ନ ହେବା ଦୁର୍ଭାଗ୍ୟର ବିଷୟ। ବିକାଶକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା ଆରମ୍ଭ ହୋଇ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ। କିନ୍ତୁ ନୂଆ ସରକାର ଅସହିଷ୍ଣୁ ହୋଇ ପଡ଼ିଛନ୍ତି। ବିକାଶ କାମକୁ ଅଟକାଇବା ପାଇଁ ଯୋଜନାବଦ୍ଧ ଭାବେ କାମ କରୁଛନ୍ତି। ଏହା ଦ୍ୱାରା ଗ୍ରାମାଞ୍ଚଳର ଲୋକେ କ୍ଷତି ସହିବେ। ସେହି ଟଙ୍କାରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥାନ୍ତା। ତେଣୁ ସରକାର ସେହି ଉନ୍ନୟନ ପ୍ରକଳ୍ପ ଗୁଡିକ ପୁନଃଚାଲୁ କରନ୍ତୁ। ପଞ୍ଚାୟତ ବିଭାଗର ଯୋଜନା କାର୍ଯ୍ୟକାରୀ ସମୟରେ ଜନ ପ୍ରତିନିଧି ମାନଙ୍କ କଥାକୁ ସରକାର ଗୁରୁତ୍ୱ ଦିଅନ୍ତୁ। ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଖାଲି ପଦବୀ ପୂରଣ କରାଯାଉ ବୋଲି ଶ୍ରୀ ବେହେରା ଦାବି କରିଥିଲେ। ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ କହିଥିଲେ, ଓଡ଼ିଶାର ଲୋକଙ୍କ ପାଇଁ ଲକ୍ଷ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବେ ବୋଲି କହୁଛନ୍ତି। କିନ୍ତୁ ପର୍ଯ୍ୟାପ୍ତ ଅନୁଦାନ ଆସୁନଥିବାରୁ ଓଡ଼ିଶାର ଲକ୍ଷ ଲକ୍ଷ ହିତାଧିକାରୀ ବାସଗୃହ ପାଇବାରୁ ବଞ୍ଚିତ ହେଉଛନ୍ତି। ଚଳିତ ବଜେଟରେ ଭାଙ୍ଗିରୁଜି ଯାଇଥିବା ବାସଗୃହ ମରାମତି ପାଇଁ ପାଣ୍ଠି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.3 ° C
    24.3 °
    24.3 °
    44 %
    1.4kmh
    78 %
    Mon
    37 °
    Tue
    38 °
    Wed
    37 °
    Thu
    36 °
    Fri
    35 °

    ସମ୍ବନ୍ଧିତ