Friday, September 18, 2026
26.3 C
Odisha

    ସରକାରୀ ଚାନ୍ଦା ନେବାକୁ ମନାକଲା କୋଲକାତା ଦୁର୍ଗାପୂଜା କମିଟି

    ଆଗକୁ ପଢନ୍ତୁ

    କୋଲକାତା ଆର୍‌.ଜି କର ହସ୍ପିଟାଲ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ମମତା ସରକାର ଏହି ପ୍ରସଙ୍ଗରେ ନେଇଥିବା ପଦକ୍ଷେପକୁ ନେଇ ଲୋକମାନେ କ୍ରୋଧିତ ଥିବା ଜଣାପଡିଛି। ପଶ୍ଚିମବଙ୍ଗରେ ଲୋକଙ୍କ କ୍ରୋଧର ପ୍ରଭାବ ଦେଖିବାକୁ ମିଳୁଛି। କମ୍ୟୁନିଟି ଦୁର୍ଗା ପୂଜା କମିଟି ଶୁକ୍ରବାର ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବାର୍ଷିକ ଦୁର୍ଗା ପୂଜା ଦାନ ଗ୍ରହଣ କରିବାକୁ ମନା କରିଦେଇଛି। ଡାକ୍ତରଙ୍କ ପ୍ରତି ହୋଇଥିବା ନିଷ୍ଠୁରତାକୁ ବିରୋଧ କରି କମିଟି ଏହି ପଦକ୍ଷେପ ନେଇଛି। କୋଲକାତାର ଦକ୍ଷିଣ ଉପକଣ୍ଠରେ ଥିବା ସଂଖ୍ୟାଲଘୁ ପ୍ରାଧାନ୍ୟ ଗାର୍ଡେନ ରିଚ ଅଞ୍ଚଳରେ କାର୍ଯ୍ୟ କରୁଥିବା ଏକ କମ୍ୟୁନିଟି କ୍ଲବ ମୁଡିଆଲି ଅମରା କା ଜନ ଏକ ବିବୃତ୍ତି ଜାରି କରି ଏ ବାବଦରେ ନିଷ୍ପତ୍ତି ନେଇଛନ୍ତି। ବିବୃତ୍ତିରେ କୁହାଯାଇଛି, ଆମେ ଚଳିତ ବର୍ଷ ରାଜ୍ୟ ସରକାର ଦେଇଥିବା ୮୫,୦୦୦ ଟଙ୍କା ଦାନକୁ ଗ୍ରହଣ କରୁନାହୁଁ। ଅଗଷ୍ଟ ୯ରେ ଆର୍‌.ଜି କର ହସ୍ପିଟାଲରେ ଘଟିଥିବା ମାମଲାରେ ଏହି ନିଷ୍ପତ୍ତି ନେଇଛୁ। ଆମେ ପୀଡିତାଙ୍କ ପାଇଁ ନ୍ୟାୟ ଚାହୁଁଛୁ। ରାଜ୍ୟ ସରକାର ଦେଇଥିବା ସହାୟତା ପରିମାଣ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧୫,୦୦୦ ଟଙ୍କା ଅଧିକ। ସଂଗଠନ କହିଛି ଯେ ଏହି ସହାୟତା ରାଶି ପ୍ରତ୍ୟାଖ୍ୟାନ କରିବା ବଳାତ୍କାର ଓ ହତ୍ୟା ଦୁଃଖଦ ଘଟଣାରେ ଶାନ୍ତିପୂର୍ଣ୍ଣ ବିରୋଧର ଏକ ମାଧ୍ୟମ। ଏହାପୂର୍ବରୁ ହୁଗଲି ଜିଲାର ଚାରୋଟି କ୍ଲବ ଦାନ ଗ୍ରହଣ କରିବାକୁ ମନା କରିଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.3 ° C
    26.3 °
    26.3 °
    84 %
    0.4kmh
    100 %
    Fri
    27 °
    Sat
    31 °
    Sun
    31 °
    Mon
    29 °
    Tue
    30 °

    ସମ୍ବନ୍ଧିତ