Sunday, October 4, 2026
28.6 C
Odisha

    ସାବଧାନ! ହ୍ୟାକ ହୋଇପାରେ ଆପଣଙ୍କ Telegram

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମ ନିଜର ପ୍ରାଇଭେସିକୁ ନେଇ ବେଶ୍ ଲୋକପ୍ରିୟ । ତଥାପି ଅନେକ ସମୟରେ ଟେଲିଗ୍ରାମ ହ୍ୟାକ ହେବାର ଦେଖିବାକୁ ମିଳେ । ସାଇବର ରାକ୍ଷସ ସାଧାରଣ ନିରୀହ ଲୋକଙ୍କୁ ଏହି ପ୍ଲାଟଫର୍ମଙ୍କୁ ମାଧ୍ୟମ କରି ମାୟା ଜାଲ ବୁଣି ଲୁଟୁଛନ୍ତି । ନିକଟରେ ESET ରିସର୍ଚ୍ଚରୁ ଖୁଲାସା ହୋଇଛି ଯେ ହ୍ୟାକର୍ସ ଆପ ମାଧ୍ୟମରେ ଖତରନାକ ଫାଇଲ ଜଣକୁ ପାଖକୁ ପଠାଇ ଏଭଳି କାର୍ଯ୍ୟ କରୁଛନ୍ତି । ଏହି ଫାଇଲ୍ସ ଭିଡିଓ ଭଳି ଦେଖାଯାଉଛି । ତେବେ ଏହି ଆପ ହ୍ୟାକ ହେବାରୁ କେମିତି ବଞ୍ଚିପାରିବ!ଯଦି ଜଣକର ଟେଲିଗ୍ରାମରେ ଚାଟ କିମ୍ବା କୌଣସି ମେସେଜ ଆସିଛି କିମ୍ବା ଯାଇଛି, ଯାହା ଆପଣ ପଠାଇ ନାହାନ୍ତି;ତେବେ ଜଣେ ଜାଣିଯିବାର ଆବଶ୍ୟକତା ରହିଛି ଯେ ତାହାର ଟେଲିଗ୍ରାମ ହ୍ୟାକ ହୋଇ ସାରିଛି । ଏହାବାଦ ଜଣକର ଆକାଉଣ୍ଟର ପ୍ରୋଫାଇଲ ଫଟୋ, ୟୁଜର୍ସ ନେମ ତଥା ଅନ୍ୟ କିଛି ସ୍ୱତଃପ୍ରବୃତ୍ତ ଭାବରେ ପରିବର୍ତ୍ତନ ହୋଇଯାଇଛି ,ଏହା ହ୍ୟାକ ଆଡକୁ ସଂକେତ ପ୍ରଦାନ କରିଥାଏ।ଏହାବାଦ ଆକାଉଣ୍ଟରେ ଯଦି କୌଣସି ପେମେଣ୍ଟ କିମ୍ବା ସବସ୍କ୍ରିବସନ ନିଆଯାଇଛି, ତେବେ ଏହା ମଧ୍ୟ ହ୍ୟାକ ଆଡକୁ ଇଙ୍ଗିତ କରେ । ଯଦି ଟେଲିଗ୍ରାମ ହ୍ୟାକ ହୋଇଯାଏ, ତେବେ ନିଜ ଟେଲିଗ୍ରାମର ସେଟିଂକୁ ଯାଇ ଡିଭାଇସ ଅପସନରେ କ୍ଲିକ କରନ୍ତୁ । ତାହାସହ ଅବୈଧ ଲିଙ୍କକୁ ହଟାଇ ଦିଅନ୍ତୁ । ଏହାପରେ ଟୁ ଫେକ୍ଟର ଭେରିଫିକେଶନ ଅପସନ ଅନ କରି ଦେଇ ଏହାକୁ ରୋକାଯାଇପାରିବ । ଫଳରେ ଆକାଉଣ୍ଟ ଅଧିକ ସୁରକ୍ଷିତ ରହିପାରିବ । ତତସହିତ ନିଜ ଟେଲିଗ୍ରାମ ପାସୱାର୍ଡ ବି ପରିବର୍ତ୍ତନ କରି ଦିଅନ୍ତୁ । ଏହାବାଦ ସାଇବର ପୁଲିସର ମଧ୍ୟ ସାହାଯ୍ୟ ନେଇ ପାରିବେ ବଡ ଠକେଇର ଶିକାର ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ