Friday, May 1, 2026
37.5 C
Odisha

    ସୀମାକୁ ସୁରକ୍ଷା ଦେବା ବିଏସ୍‌ଏଫ୍‌ର ଦାୟିତ୍ବ: ମମତା

    ଆଗକୁ ପଢନ୍ତୁ

    କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ଗୁରୁ୍ତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଅନ୍ତର୍ଜାତୀୟ ସୀମାକୁ ସୁରକ୍ଷା ଦେବା ବିଏସ୍‌ଏଫ୍‌ (ସୀମା ସୁରକ୍ଷା ବଳ)ର ଦାୟିତ୍ବ । ମମତା ଏଥିସହ ମାଲଦା ଜିଲ୍ଲାରେ ସ୍ଥାନୀୟ ଲୋକମାନଙ୍କୁ ସୀମାନ୍ତ ଅଞ୍ଚଳ ନଯିବାପାଇଁ ଅନୁରୋଧ କରିଛନ୍ତି। ସାଂପ୍ରତିକ ପରିସ୍ଥିତିରେ ଯଥା ସମ୍ଭବ ସୀମାନ୍ତ ଅଞ୍ଚଳ ନଯିବାପାଇଁ ମମତା  କହିଛନ୍ତି। ଉଲ୍ଲେଖଯୋଗ୍ୟ,  ଜାନୁଆରି ୧୮ ତାରିଖରେ ମାଲଦା ଜିଲ୍ଲା ନିକଟସ୍ଥ ବିଏସ୍‌ଏଫ୍‌ ଆଉଟପୋଷ୍ଟ୍‌ ନିକଟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପୁଜିବାପରେ ମମତା ଆଜି ଏହି ଟିପ୍ପଣୀ ଦେଇଛନ୍ତି।  ସମ୍ପୃକ୍ତ ଅଞ୍ଚଳରେ ଉଭୟ ରାଷ୍ଟ୍ରର କୃଷକଙ୍କ ମଧ୍ୟ‌ରେ ଏକ ବିବାଦ ହେବାପରେ ବଡ଼ ଧରଣର ସଂଘର୍ଷ ଉପୁଜିଥିଲା।

    ମାଲଦା ଜିଲ୍ଲାର ଏକ ବୈଠକରେ ମମତା କହିଛନ୍ତି ଯେ ସୀମାରେ ଏବେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଛି ଏବଂ ସ୍ଥାନୀୟ ଲୋକେ ଏହାକୁ ସମ୍ମାନ ଦେଇ କାର୍ଯ୍ୟ କରିବାକୁ ହେବ।  ମାଲଦା ଜିଲ୍ଲାର ସୀମା ବାଂଲାଦେଶ ସୀମାକୁ ଲାଗିଥିବାରୁ ଏହି  ସୀମାକୁ ସୁରକ୍ଷା ଦେବା ବିଏସ୍‌ଏଫ୍‌ର କର୍ତ୍ତବ୍ୟ ବୋଲି ସେ କହିଛନ୍ତି।  ଲୋକମାନେ ଯଦି ସୀମାରେ କୌଣସି ସମସ୍ୟା ଦେଖୁଛନ୍ତି ତେବେ ସେମାନେ ସିଧାସଳଖ ସେଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ମମତା କହିଛନ୍ତି। ଭାରତକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ଲୋକମାନଙ୍କ ଉପରେ ସତର୍କ ନଜର ରଖିବାପାଇଁ ମମତା ଆଜି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଛନ୍ତି।  ମମତା କହିଛନ୍ତି,  ବାଂଲାଦେଶ ସହ ଆମ ସମ୍ପର୍କ ଭଲ ହେବ ବୋଲି ମୁଁ ବିଶ୍ବାସ କରୁଛି। ଉଲ୍ଲେଖ‌ଯୋଗ୍ୟ,  ନିକଟରେ ରାଜ୍ୟ ସଚିବାଳୟରେ ଏକ ପ୍ରଶାସନିକ ସମୀକ୍ଷା ବୈଠକରେ ମମତା ଅଭିଯୋଗ କରିଥିଲେ ଯେ ବିଏସ୍‌ଏଫ୍‌ ବାଂଲାଦେଶରୁ ଅନୁପ୍ରବେଶ ପାଇଁ ଅନୁମତି ଦେଉଛି ଏବଂ  ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାପାଇଁ କେନ୍ଦ୍ର ସରକାରଙ୍କ ବ୍ଲୁପ୍ରିଣ୍ଟ୍‌ର ଏହା ଏକ ଅଂଶବିଶେଷ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37.5 ° C
    37.5 °
    37.5 °
    21 %
    0.3kmh
    60 %
    Fri
    37 °
    Sat
    42 °
    Sun
    41 °
    Mon
    39 °
    Tue
    36 °

    ସମ୍ବନ୍ଧିତ