Monday, April 13, 2026
36.6 C
Odisha

    ସୁନା ଦର ଆକାଶ ଛୁଆଁ, ତଥାପି ଧନତରେସରେ ବୋହି ନେଲେ ୨୫୦ କୋଟି ଟଙ୍କାର ସୁନା

    ଆଗକୁ ପଢନ୍ତୁ

    ଧନତରେସରେ ବୋହି ନେଲେ ସୁନା, ଗହଣା । ଗୋଟିଏ ଦିନର ବୋହିନେଲେ ୨୫୦ କୋଟି ଟଙ୍କାର ସୁନା । ସୁନା ଦର ଏବେ ଆକାଶ ଛୁଆଁ । ତଥାପି କିଣିବାରେ ତିଳେମାତ୍ରେ କୁଣ୍ଠା ବୋଧ କଲେ ନାହିଁ ଗ୍ରାହକ । ରାଜ୍ୟର ବିଭିନ୍ନ ସହରାଞ୍ଚଳ, ଗ୍ରାମାଞ୍ଚଳରେ ଥିବା ସୁନା ଦୋକାନ ଗୁଡିକରେ ଗହଣା ଦୋକାନ ଓ ସୋରୁମ ଗୁଡିକରେ ଭିଡ଼ ଦେଖିବାକୁ ମିଳିଥିଲା ।

    ଭୁବନେଶ୍ବର ସମେତ କଟକ , ସମ୍ବଲପୁର, ବ୍ରହ୍ମପୁର , ରାଉରକେଲା ଓ ପୁରୀ ଆଦି ସହରରେ ବଡ଼ ସୋରୁମ ଗୁଡ଼ିକରେ ଅଧିକ ଭିଡ଼ ହୋଇଥିଲା । ଧନତରେସରେ ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି । ତେଣୁ ଏହି ଦିନରେ ସୁନା, ରୁପା ଓ ଅନ୍ୟ ମୂଲ୍ୟବାନ ଧାକୁ କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଥାଏ । ଗତବର୍ଷ ତୁଳନାରେ ଚଲିତବର୍ଷ ୧୮ ପ୍ରତିଶତ ଅଧିକ ବ୍ୟବସାୟ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.6 ° C
    36.6 °
    36.6 °
    20 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ