Sunday, May 31, 2026
24.9 C
Odisha

    ସୁଭଦ୍ରା ଆବେଦନର ଆଜି ଶେଷ ତାରିଖ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସରିଗଲା ସମୟ, ଆଉ କରିପାରିବେନି ସୁଭଦ୍ରା ଆବେଦନ। ଆଜି ଥିଲା ଶେଷ ତାରିଖ। ଆଜି ପରେ ଆଉ ଆବେଦନ ହବନି କି ସୁଭଦ୍ରା ଟଙ୍କା ମିଳିବନି। ହଁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆଜି ହେଉଛି ସୁଭଦ୍ରା ଆବେଦନର ଶେଷ ତାରିଖ। ଯାହା ସମ୍ପର୍କରେ ସୂଚନା ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୂଚନାନୁସାରେ, ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ‘ସୁଭଦ୍ରା’ ଆବେଦନର ଶେଷ ତାରିଖ ଥିଲା। ଯାହାକି ଆଜି। ଆଉ ଆଜି ପରଠାରୁ ସୁଭଦ୍ରା ପୋର୍ଟାଲରେ ଆବେଦନ ହୋଇପାରିବ ନାହିଁ। ଯଦି ବି ଆପଣ ଯୋଗ୍ୟ ହିତାଧିକାରୀ, ଆଉ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଉପଯୁକ୍ତ ତାହାଲେ ହାତରେ ଆଜି ଗୋଟିଏ ଦିନ। ଆଜି ଦିନ ଗଲା ପରେ କାଲିଠାରୁ ଆଉ ସୁଭଦ୍ରା ଫର୍ମ ପକାଇ ହେବନାହିଁ।ଏନେଇ ପୂର୍ବରୁ ସୂଚନା ଦେଇଥିଲେ ପ୍ରଭାତୀ ପରିଡା। ଏବଂ କହିଥିଲେ ମାର୍ଚ୍ଚ ୩୧ ହେଉଛି ସୁଭଦ୍ରା ଆବେଦନର ଶେଷ ତାରିଖ। ଏହି ତାରିଖ ସୁଦ୍ଧା ଯେଉଁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରେ ଫର୍ମ ପକାଇଥିବେ ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣମୀରେ ଏକାଥରେ ପିଛିଲା କିସ୍ତି ସହ ୧୫୦୦୦ ଟଙ୍କା ମିଳିବ।

    ଏକାଥରେହଁ ଉପ ମୁଖ୍ୟମନ୍ତ୍ରୀଙ୍କ ସୂଚନାନୂସାରେ, ରାକ୍ଷୀ ପୂର୍ଣ୍ଣମିରେ ସୁଭଦ୍ରାର ତୃତୀୟ କିସ୍ତି ମିଳିବ। ଆଉ ତା ପୂର୍ବରୁ ଯେଉଁମାନେ ଟଙ୍କା ପାଇନାହାନ୍ତି। ହେଲେ ଯୋଗ୍ୟ ହିତାଧିକାରୀ। ସେମାନେ ଆବେଦନ କରିପାରିବେ। ଆଉ ଆବେଦନର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧। ଏହି ସମୟ ସୀମା ମଧ୍ୟରେ ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ ଏକାଥରେ ତିନୋଟି କିସ୍ତିର ୧୫ ହଜାର ଟଙ୍କା ମିଳିବ। ଆଉ ସେହି ଶେଷ ତାରିଖ ହେଉଛି ଆଜି। ଯେଉଁମାନେ ଆବେଦନ କରିଥିବେ ଟଙ୍କା ପାଇବେ। ନହେଲେ ଟଙ୍କା ପାଇପାରିବେ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.9 ° C
    24.9 °
    24.9 °
    89 %
    1.6kmh
    49 %
    Sun
    37 °
    Mon
    40 °
    Tue
    40 °
    Wed
    42 °
    Thu
    43 °

    ସମ୍ବନ୍ଧିତ