Tuesday, April 21, 2026
42.2 C
Odisha

    ସୁଭଦ୍ରା ଯୋଜନା ଶୁଭାରମ୍ଭକୁ ନେଇ ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅର୍ଥାତ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଏ ନେଇ ଗଣମାଧ୍ୟମକୁ ବଡ଼ ବୟାନ ଦେଇଛନ୍ତି। ବଜେଟ୍‌ରେ ୧୦ ହଜାର କୋଟି ବ୍ୟୟ ବରାଦ ପରେ ପୁରା ପ୍ରକ୍ରିୟା କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ହିତାଧିକାରୀ କେମିତି ସୁଭଦ୍ର ଯୋଜାନାର ଲାଭ ପାଇବେ ? କେତେ ମହିଳା ଏଥିରେ ସାମିଲ ହେବେ। କେମିତ ଆବେଦନ କରିବେ। ଏ ନେଇ ସେ ବିସ୍ତୃତ ସୂଚନା ଦେଇଛନ୍ତି, ସପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ, ତେବେ ଅଗଷ୍ଟ ୧୫ ସୁଦ୍ଧା ସମସ୍ତ ପ୍ରସ୍ତୁତି ସରିବ। ସେ କହିଛନ୍ତି, ଏ ନେଇ ସରକାର କୌଣସି ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି।
    କୌଣସି ଫର୍ମ ବାହାରି ନାହିଁ, ଏସଓପି ପ୍ରସ୍ତୁତି ଚାଲିଛି। ବୁଦ୍ଧିଜୀବୀଙ୍କ ମତାମତ ପରେ ଏସଓପି ପ୍ରସ୍ତୁତ କରାଯିବ। ସୁଭଦ୍ରାକୁ ନେଇ ଉଠୁଥିବା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ଆବେଦନ ପ୍ରକ୍ରିୟାକୁ ସରଳ କରାଯିବ। ଏ ନେଇ ମହିଳାଙ୍କ ମତାମତ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଯୋଜନାରେ ଅଧିକରୁ ଅଧିକ ମହିଳା କିପରି ଉପକୃତ ହେବେ ସେଥିପ୍ରତି ସରକାର ଯୋଜନା ଚାଲିଥିବା ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.2 ° C
    42.2 °
    42.2 °
    11 %
    3.4kmh
    8 %
    Tue
    41 °
    Wed
    43 °
    Thu
    43 °
    Fri
    44 °
    Sat
    44 °

    ସମ୍ବନ୍ଧିତ