Tuesday, September 29, 2026
24.9 C
Odisha

    ସେନାମୁଖ୍ୟଙ୍କୁ ନେଇ ମିଛ କହୁଛନ୍ତି ରାହୁଲ : ରାଜନାଥ ସିଂ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଚୀନ୍ କୁ ନେଇ କରିଥିବା ଦାବିକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଏହାର ଜବାବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ରାହୁଲ ଗାନ୍ଧିଙ୍କୁ ଜବାବ ଦେଇ କହିଛନ୍ତି ଯେ ସେ ମିଛ କହୁଛନ୍ତି।

    ରାଜନାଥ କହିଛନ୍ତି, “୨୦୨୫ ଫେବ୍ରୁଆରି ୩ ତାରିଖରେ ସଂସଦରେ ଦେଇଥିବା ଭାଷଣରେ ରାହୁଲ ଗାନ୍ଧି ଭାରତ-ଚୀନ୍ ସୀମାର ସ୍ଥିତି ସଂପର୍କରେ ସେନାମୁଖ୍ୟଙ୍କ ବୟାନକୁ ନେଇ ମିଥ୍ୟା ଅଭିଯୋଗ ଆଣିଥିଲେ। ସେନାମୁଖ୍ୟଙ୍କ ମନ୍ତବ୍ୟରେ କେବଳ ଉଭୟ ପକ୍ଷର ପାରମ୍ପରିକ ପାଟ୍ରୋଲିଂରେ ବାଧା ସୃଷ୍ଟି ହୋଇଥିବା ଉଲ୍ଲେଖ କରାଯାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ ନିକଟରେ ହୋଇଥିବା ସେନା ପ୍ରତ୍ୟାହାରର ଏକ ଅଂଶ ଭାବରେ ଏହି ଅଭ୍ୟାସଗୁଡ଼ିକୁ ସେମାନଙ୍କର ପାରମ୍ପରିକ ରୂପରେ ପୁନରୁଦ୍ଧାର କରାଯାଇଛି। ସରକାର ସଂସଦରେ ଏହି ବିବରଣୀ ରଖିଛନ୍ତି।

    ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସେନା ମୁଖ୍ୟଙ୍କ ସମ୍ପର୍କରେ ରାହୁଲ ଗାନ୍ଧି ଯେଉଁ କଥା କହିଥିଲେ ତାହା ସେ କେବେ କହିନଥିଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ରାହୁଲ ଗାନ୍ଧି ଜାତୀୟ ସ୍ୱାର୍ଥ ପ୍ରସଙ୍ଗରେ ଦାୟିତ୍ୱହୀନ ରାଜନୀତିରେ ଲିପ୍ତ ଅଛନ୍ତି । ଯଦି ଚୀନ୍ କୌଣସି ଭାରତୀୟ ଅଞ୍ଚଳ ଦଖଲ କରିଛି, ତାହା ହେଉଛି ୧୯୬୨ ଯୁଦ୍ଧ ସମୟରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ