Monday, September 14, 2026
23.5 C
Odisha

    ସୋଆ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ୨୦୨୪ କାର୍ଯ୍ୟକ୍ରମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୧୩/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁକ୍ରବାର ଡିଗ୍ରୀ ପ୍ରଦାନ କରାଯାଇଛି ।

    ଆଇଏଏସ୍‌ର ୨୦୨୦-୨୦୨୪ ବ୍ୟାଚର ବିଏସ୍‌ସି ଏଗ୍ରିକଲ୍‌ଚର (ଅନର୍ସ) ଓ ୨୦୨୩ ବ୍ୟାଚ୍‌ର ଏମ୍‌.ଏସ୍‌ସି ଏଗ୍ରିକଲ୍‌ଚର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ବର୍ତମାନ ସାରା ବିଶ୍ୱ ଜଳବାୟୁ ପରିବର୍ତନର ମୁକାବିଲା କରୁଥିବା ବେଳେ ଏଭଳି ଗୁରୁତର ସମସ୍ୟାର ସମାଧାନର ବାଟ ବାହାର କରିବା ନିମନ୍ତେ ସୋଆରୁ ଶିକ୍ଷା ସମାପ୍ତ କରୁଥିବା ଯୁବ କୃଷିବିଜ୍ଞାନୀମାନେ ଆଗଭର ହେବା ଆବଶ୍ୟକ ।
    ଜଳବାୟୁ ପରିବର୍ତନ ସହିତ ଖାଦ୍ୟ ସୁରକ୍ଷା ମଧ୍ୟ ବିଶ୍ୱରେ ଆଉ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ତେଣୁ ଏସବୁ କ୍ଷେତ୍ରରେ ସମାଜର ହିତ ନେଇ ଛାତ୍ରଛାତ୍ରୀମାନେ କାର୍ଯ୍ୟ କରନ୍ତୁ ବୋଲି ପ୍ରଫେସର ନନ୍ଦ କହିଥିଲେ ।
    ଦେଶର ଶ୍ରେଷ୍ଠ ୧୪ ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମାନକୁ ଉଚ୍ଚକୁ ନେବା ପାଇଁ ଆହ୍ୱାନ ଦେଇ ପ୍ରଫେସର ନନ୍ଦ କହିଥିଲେ ଯେ ବର୍ତମାନ ବିଶ୍ୱରେ ଚାଟ୍ ଜିପିଟିର ଆବିର୍ଭାବ ହୋଇଛି । ମାତ୍ର ଗବେଷଣାରତ ଛାତ୍ରଛାତ୍ରୀମାନେ ଏହା ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ହେବା ଉଚିତ୍ ନୁହେଁ ବୋଲି ସେ ଉପଦେଶ ଦେଇଥିଲେ । ଏହି ଅବସରରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କୁଷି ମହାବିଦ୍ୟାଳୟର ରିପୋର୍ଟ ପ୍ରଦାନ କରିଥିବା ବେଳେ ଏଂଟୋମୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବି.କେ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
    ଏହି କାର୍ଯ୍ୟକ୍ରମରେ ସୋଆର କଂଟ୍ରୋଲର ଅଫ୍ଏ ଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏକାଡେମିକ କାଉନ୍‌ସିଲ୍‌ର ସଦସ୍ୟ, ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟି ଉପସ୍ଥିତ ଥିଲେ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    0.9kmh
    100 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ