Friday, May 1, 2026
33.4 C
Odisha

    ସ୍କୁଲଗୁଡ଼ିକରେ ଗଠନ ହେବ ‘ଅଏଲ ବୋର୍ଡ’, ଛାତ୍ରଛାତ୍ରୀଙ୍କ ପାଇଁ CBSE ନେଲା ପଦକ୍ଷେପ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ବୋର୍ଡ ସ୍କୁଲଗୁଡ଼ିକ ପାଇଁ ଏକ ସର୍କୁଲାର ଜାରି କରିଛି। ସିଙ୍ଗଡା ଓ ଜିଲାପି ,ଛଣାଛଣି ଖାଇବା ଦ୍ବାରା ଦ୍ୱାରା ହେଉଥିବା କ୍ଷତି ବିଷୟରେ ପିଲାମାନଙ୍କୁ ସଚେତନ କରିବା ପାଇଁ ଏକ ‘ଅଏଲ ବୋର୍ଡ’ ଗଠନ କରିବାକୁ ପରାମର୍ଶ ଦିଆଯାଇଛି । ଯାହା ଫଳରେ ପିଲାମାନଙ୍କ ଠାରେ ଦେଖାଯାଉଥିବା ମୋଟାପା ଓ ମେଦ ବହୁଳତାରୁ ସେମାନଙ୍କୁ ରକ୍ଷା କରାଯାଇପାରିବ । CBSEର ଏହି ନୂତନ ପଦକ୍ଷେପର ଲକ୍ଷ୍ୟ ହେଉଛି ପିଲାମାନଙ୍କୁ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ଉତ୍ସାହିତ କରିବା । ସାଧାରଣତଃ ଏହି ରୋଗ କେବଳ ବୟସ୍କଙ୍କଠାରେ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଏହି ରୋଗ ପିଲାମାନଙ୍କ ଠାରେ ଦେଖା ଯାଉଛି । ଏହାର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ଜଙ୍କ୍ ଫୁଡ୍ ର ବୃଦ୍ଧି ପାଉଥିବା ଲୋକପ୍ରିୟତା ଯୋଗୁ । ଏହି କାରଣରୁ ‘ଅଏଲ ବୋର୍ଡ’ ପ୍ରତିଷ୍ଠା କରିବାର ଆବଶ୍ୟକତା ଅନୁଭବ କରାଯାଇଥିଲା । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ପିଜା, ବର୍ଗର, ଥଣ୍ଡା ପାନୀୟ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପରି ଖାଦ୍ୟ ଦ୍ୱାରା ହେଉଥିବା ରୋଗ, ବିଶେଷକରି ମଧୁମେହ ବିପଦରୁ ପିଲାମାନଙ୍କୁ ରକ୍ଷା କରିବା।

    CBSE ଏହା ମଧ୍ୟ କହିଛି ଯେ, ପିଲାମାନେ ସେମାନଙ୍କ ବୟସ ଅନୁସାରେ ଚିନିରୁ ସର୍ବାଧିକ ୫ ପ୍ରତିଶତ କ୍ୟାଲୋରୀ ପାଇବା ଉଚିତ । କିନ୍ତୁ ଆଜିକାଲିର ପିଲାମାନେ ଏହାଠାରୁ ବହୁ ଗୁଣ ଅଧିକ ମିଠା ଖାଉଛନ୍ତି। ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ଖାଇବା ପୂର୍ବରୁ ସଚେତନ ହେବା ଜରୁରୀ ।

    ରାଷ୍ଟ୍ରୀୟ ବାଲ ଅଧିକାରୀ ସଂରକ୍ଷଣ ଆୟୋଗ ଏନସିପିସିଆର ଗତ ବର୍ଷ ଏକ ନିର୍ଦେଶ ଜାରି କରିଥିଲା । ଯେଉଁଥିରେ ଶିକ୍ଷା ବୋର୍ଡରୁ ଆଗ୍ରାହ୍ୟ କରାଯାଇଥିଲା । ମଧୁମେହରେ ପୀଡିତ ଥିବା ଛାତ୍ର ପାଇଁ ଉଚିତ ଯତ୍ନ ନେବା ସହିତ ପରୀକ୍ଷା ସମନ୍ଧରେ ଥିବା ସୁବିଧାକୁ ଯୋଗେଇ ଦେବା ପାଇଁ ଅନୁରୋଧ କରାଯାଇଥିଲା । ଯାହା ଫଳରେ ପରୀକ୍ଷା ହଲରେ ଇନସୁଲିନ ପମ୍ପ ଏବଂ ଗ୍ଲୁକୋ ମିଟରର ଅନୁମତି ଦିଆଯାଇଥିଲା ।

    CBSE ଜୁଲାଇ ୧୫ ତାରିଖରେ ସ୍କୁଲ ଗୁଡିକରେ କାଫେ,ଷ୍ଟାଫ ରୁମ୍, ହଲ ରୁମ ଭଳି ସାଧାରଣ ସ୍ଥାନରେ ଅଏଲ ବୋର୍ଡ ଲଗାଯିବାକୁ କୁହାଯାଇଛି । ତେବେ ଏହି ଡିଡିଟାଲ ବୋର୍ଡ ଗୁଡିକ ଅସ୍ବାସ୍ଥକର ଖାଦ୍ୟ , ଖାଦ୍ୟରେ ଥିବା ଚର୍ବି ବିଷୟରେ ସଚେତନାତା ସୃଷ୍ଟି କରିବ ।

    ଜାତୀୟ ପରିବାର ସ୍ବାସ୍ଥ ସର୍ଭେ ସୂଚନାଅନୁସାରେ ଯେଉଁଥିରେ ଜଣାପଡିଛି କି ଭାରତରେ ସହରାଞ୍ଚଳରେ ୨୦ ପ୍ରତିଶତରୁ ଅଧିକ ବୟସ୍କ ଲୋକ ମେଦ ବହୁଳତାରେ ପୀଡିତ । ୨୦୨୧ରେ ଏହା ୧୮ କୋଟି ବଢି ୨୦୫୦ ସୁଦ୍ଧା ପ୍ରାୟ ୪୫ କୋଟି ହେଇପାରେ ବୋଲି ଆକଳନ କରାଯାଇଛି ।

    CBSE କହିଛି ଖରାପ ଖାଦ୍ୟ ଏବଂ ବାସି ଦ୍ବାରା ଜୀବନଶୈଳୀ ପାଇଁ ପିଲାମାନଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡୁଛି । ଏହାର ମୁକାବିଲା ପାଇଁ ସ୍କୁଲ ଗୁଡିକରେ ଅଧିକ ପରିମାଣରେ ଫଳ,ପନିପରିବା କମ ଚର୍ବି ଥିବା ଖାଦ୍ୟକୁ ଖାଇବା ପାଇଁ କୁହାଯାଇଛି ଏହା ସହିତ ସିଢି ଚଢିବା ପାଇଁ ଉତ୍ସାହିତ କରିବା ଉଚିତ । ଏହାସହ ଛୋଟ ଛୋଟ ବାୟାମ ପାଇଁ ଓ ଚାଲିବା ପାଇଁ ସୁପାରିଶ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33.4 ° C
    33.4 °
    33.4 °
    26 %
    1kmh
    83 %
    Fri
    34 °
    Sat
    41 °
    Sun
    42 °
    Mon
    40 °
    Tue
    36 °

    ସମ୍ବନ୍ଧିତ