Monday, May 25, 2026
42 C
Odisha

    ହମାସକୁ ନିପାତ କରିବାରେ ଇସ୍ରାଏଲ ଅସମର୍ଥ: ସେନା ମୁଖ୍ୟ ଇସ୍ତଫା ଦେଲେ

    ଆଗକୁ ପଢନ୍ତୁ

    ଇସ୍ରାଏଲ ଓ ହାମାସ ମଧ୍ୟରେ ଅସ୍ତ୍ରବିରତିକୁ ନେଇ ଇସ୍ରାଏଲ ସେନାରେ ଅସନ୍ତୋଷ ଦେଖିବାକୁ ମିଳିଛି। ଇସ୍ରାଏଲର ଶୀର୍ଷ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହର୍ଜି ହାଲେଭି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅସ୍ତ୍ରବିରତିକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ସେ କହିଛନ୍ତି ଯେ ହମାସକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାର ସଂକଳ୍ପ ପୂରଣ ହୋଇନାହିଁ। ହମାସର ଆକ୍ରମଣ କରିବାର ସାମ୍ୟର୍ଥକୁ ଇସ୍ରାଏଲ ଏବେ ବି ନଷ୍ଟ କରିପାରି ନାହିଁ ଏବଂ ଏଭଳି ସ୍ଥିତିରେ ଅଚାନକ ଯୁଦ୍ଧବିରତି ମୋତେ ନିରାଶ କରିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଅନେକ ଥର ଦୋହରାଇଛନ୍ତି ଯେ ହମାସକୁ ସମ୍ପୂର୍ଣ୍ଣ ନିପାତ ନ କରିବା ପର୍ଯ୍ୟନ୍ତ ଏହି ଯୁଦ୍ଧ ବନ୍ଦ ହେବ ନାହିଁ। ତେବେ ରବିବାରରୁ ଗାଜାରେ ଅସ୍ତ୍ରବିରତି ହୋଇଛି। ଉଭୟ ଇସ୍ରାଏଲ ଓ ହମାସ ବନ୍ଦୀମାନଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

    ହାଲେଭି ନିକଟରେ ଏକ ବିବୃତିରେ କହିଛନ୍ତି ଯେ ଅକ୍ଟୋବର ୭ରେ ହମାସ ଆକ୍ରମଣକୁ ରୋକିବାରେ ଅସମର୍ଥ ହୋଇଥିବାରୁ ସେ ଗଭୀର ଦୁଃଖିତ। ଖୁବଶୀଘ୍ର ସେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ନିଜର ଦାୟିତ୍ୱ ହସ୍ତାନ୍ତର କରିବାକୁ ବିଚାର କରିବେ ବୋଲି କହିଥିଲେ। ପନ୍ଦର ମାସ ତଳେ ହମାସ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଏବଂ ଏଥିରେ ଅତି କମରେ ୧୨୦୦ ଲୋକ ପ୍ରାଣ ହରାଇଥିଲେ ଏବଂ ଶତାଧିକ ଲୋକଙ୍କୁ ବନ୍ଧକ ରଖାଯାଇଥିଲା। ଏହା ପରଠାରୁ ଇସ୍ରାଏଲ ଗାଜା ଉପତ୍ୟକା ଉପରେ କରିଥିବା ପ୍ରଚଣ୍ଡ ଆକ୍ରମଣରେ ୪୬ ହଜାରରୁ ଅଧିକ ଲୋକ ନିହତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    42 ° C
    42 °
    42 °
    22 %
    2.2kmh
    11 %
    Mon
    43 °
    Tue
    45 °
    Wed
    45 °
    Thu
    46 °
    Fri
    44 °

    ସମ୍ବନ୍ଧିତ