Friday, May 1, 2026
33.4 C
Odisha

    ହଳ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

    ଆଗକୁ ପଢନ୍ତୁ

    ଭବାନୀପାଟଣା: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ ପୋଡ଼ାଗୁଡା ପଞ୍ଚାୟତ ଦାବ୍ରିଗୁଡା ଗ୍ରାମର ଜଣେ ଚାଷିଙ୍କ ବିଲରେ କାଦୁଅ କରୁଥିବା ବେଳେ ଓଳଟି ପଡିଥିଲା। ଟ୍ରାକ୍ଟରରେ ଚାପି ହୋଇ ଡ୍ରାଇଭର ଶିଵ ମାଝୀ(୨୩) ଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣା ସମ୍ପର୍କରେ ଆମପାଣି ପୋଲିସକୁ ଖବର ଦେବାପରେ ପୋଲିସ ଏସ.ଆଇ ଗୌରୀ ଯାନୀ, ଏଏସଆଇ ମନୋଜ ନାଏକ ଓ ପୋଲିସ ଟିମ ପହଞ୍ଚିଥିଲେ । ଘଟଣା ସ୍ଥଳରୁ ଶବ ଓ ଟ୍ରାକ୍ଟରକୁ ଜବତ କରି ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33.4 ° C
    33.4 °
    33.4 °
    26 %
    1kmh
    83 %
    Fri
    34 °
    Sat
    41 °
    Sun
    42 °
    Mon
    40 °
    Tue
    36 °

    ସମ୍ବନ୍ଧିତ