Tuesday, May 12, 2026
38.8 C
Odisha

    ହାଇକୋର୍ଟରେ ବିଚାରପତିଙ୍କ ସମ୍ମୁଖରେ ଉଡ଼ିଗଲା ଓକିଲଙ୍କ ପ୍ରାଣବାୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ତେଲେଙ୍ଗାନା ହାଇକୋର୍ଟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଓକିଲ ବିଚାରପତିଙ୍କ ସମ୍ମୁଖରେ ଏକ ମାମଲାର ଯୁକ୍ତି କରୁଥିବା ସମୟରେ ହୃଦଘାତର ଶିକାର ହୋଇଥିଲେ। ଓକିଲଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରମାନେ ନିଶ୍ଚିତ କରିଛନ୍ତି ଯେ ଓକିଲଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି। ଭେଣୁଗୋପାଳ ଛାତିକୁ ଧରି ତଳେ ପଡ଼ି ଯାଇଥିଲେ। ଭେଣୁଗୋପାଳଙ୍କ ଏଭଳି ଅବସ୍ଥା ଦେଖି କ’ଣ ହୋଇଛି ହଠାତ କେହି ବୁଝି ପାରି ନଥିଲେ। ପରେ ତାଙ୍କ ଶରୀର କୌଣସି ପ୍ରତିକ୍ରିୟା ନହେବାରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଓ କୋର୍ଟର ଡାକ୍ତରୀଦଳ ଓକିଲଙ୍କୁ ଓସମାନିଆ ହସ୍ପିଟାଲ ନେଇ ଯାଇଥି‌ଲେ। ହେଲେ ଦୁଃଖର ବିଷୟ ଡାକ୍ତର ଭେଣୁଗୋପାଳଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।

    ତେଲେଙ୍ଗାନା ହାଇକୋର୍ଟ ଓକିଲ ସଂଘର ଜଣେ ସଦସ୍ୟ କହିଛନ୍ତି, ‘ ଏହି ଦୁଃଖଦ ଘଟଣା ପରେ, ଅପରାହ୍ନରେ କୋର୍ଟ କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    38.8 ° C
    38.8 °
    38.8 °
    20 %
    1.6kmh
    34 %
    Tue
    38 °
    Wed
    41 °
    Thu
    43 °
    Fri
    45 °
    Sat
    44 °

    ସମ୍ବନ୍ଧିତ