Thursday, August 27, 2026
25.3 C
Odisha

    ହିତାଧିକାରୀଙ୍କ ନାଁରେ ଆସୁଥିବା ଚାଉଳ ବାଟମାରଣା: ଯୋଗାଣ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୩କୋଟି ୩୫ଲକ୍ଷ ରାସନକାର୍ଡଧାରୀ ଅଛନ୍ତି। ଏଥିରୁ ପ୍ରାୟ ୫୦ଲକ୍ଷ ଭୂତ ରାସନକାର୍ଡଧାରୀ ଥିବା ଅନୁମାନ କରାଯାଉଛି। ୨୫ଲକ୍ଷ ଭୂତ ରାସନକାର୍ଡଧାରୀ ଚିହ୍ନଟ ହେଲେଣି। ହିତାଧିକାରୀଙ୍କ ନାଁରେ ଆସୁଥିବା ଚାଉଳ ବାଟମାରଣା କରାଯାଉଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। କେବଳ ସେତିକି ନୁହେଁ, ମନ୍ତ୍ରୀ ସିଧା ସିଧା କହିଛନ୍ତି ଯେ ଲୋକଙ୍କୁ ଯିଏ ଠକିବ, ଜେଲ୍ ଯିବ। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଡିଲର୍ ମହାସଂଘ କହିଛି ଯେ ଚାଉଳକୁ ଆଉ କେହି ନୁହେଁ, ଯୋଗାଣ ବିଭାଗ ବାଟମାରଣା କରୁଛି। କଣ୍ଟ୍ରୋଲ ଡିଲର ଓଜନରେ ଠକୁନାହାନ୍ତି ବରଂ ଯୋଗାଣ ଠିକାଦାର ଓଜନରେ ଠକୁଛନ୍ତି। ହେଲେ ଦୋଷ ଆମ ମୁଣ୍ଡରେ ଲଦାଯାଉଛି।ଓଡ଼ିଶା ଡିଲର୍ ମହାସଂଘର ସମ୍ପାଦକ ସଏଦ ଏକାମ୍ର ହୁସେନ୍ କେମିତି ବାଟରେ ଚାଉଳ ଚୋରି ହେଉଛି ତାହା ଖୋଲାଖୋଲି କହିଛନ୍ତି। ହୁସେନ୍‌ଙ୍କ କହିବାନୁଯାୟୀ, ଯେଉଁମାନେ ପରିବହନ ଠିକାଦାର ଅଛନ୍ତି ସେମାନେ ସରକାରୀ ଗୋଦାମ ଦାୟିତ୍ବରେ ଥିବା ପିଆଇମାନଙ୍କ ସହ ସଲାସୁତରା କରି ସାମଗ୍ରୀକୁ ବାଟମାରଣା କରିଥାନ୍ତି। ଯେଉଁଥିପାଇଁ ରିଟେଲରମାନେ ସେମାନଙ୍କ ଧାର୍ଯ୍ୟ ‌ଓଜନ ପାଇବା ପାଇଁ ସବୁବେଳେ ଶୋଷଣର ଶିକାର ହୋଇଥାନ୍ତି। ଏଫ୍‌ସିଆଇ ଗୋଦାମରୁ ଚାଉଳ ରାଜ୍ୟ ପଣ୍ୟାଗାରକୁ ଯାଇଥାଏ, ସେଠାରୁ ରିଟେଲ୍ ପାଇଲଟ୍‌ମାନେ ବିଭିନ୍ନ ଜିଲ୍ଲାସ୍ତରକୁ ନେଇଥାନ୍ତି। ଏହାପରେ ବ୍ଲକ ସ୍ତରକୁ ଯାଇଥାଏ। ସେଠାରୁ ଡିଲରମାନେ ଚାଉଳ ନେଇ ପଞ୍ଚାୟତସ୍ତରରେ ଖାଉଟିକୁ ବଣ୍ଟନ କରିଥାନ୍ତି।ଏହାସହ ଡିଲର ମହାସଂଘ କହିଦେଇଛି ଯେ ଯେଉଁ ଚାଉଳ ବାଟମାରଣା ହେଉଛି ବୋଲି କୁହାଯାଉଛି ତାହା କିଏ ଲୁଟୁଛି, ଡିଲର ପାଖରେ ପହଞ୍ଚୁଥିବା ଚାଉଳ ବସ୍ତା ଓଜନ କଲେ ଜଣାପଡ଼ିଯିବ। ନିୟମ ଅନୁଯାୟୀ, ଗୋଟିଏ ବସ୍ତାରେ ବସ୍ତା ଓଜନକୁ ମିଶାଇ ୫୦କେଜି ୭୦୦ଗ୍ରାମର ଚାଉଳ ରହିଥାଏ। ହେଲେ ଆମ ପାଖରେ ଯେଉଁ ଚାଉଳ ବସ୍ତା ପହଞ୍ଚୁଛି କେଉଁ ବସ୍ତାର ଓଜନ ୪୭କେଜି ୧୧୦ଗ୍ରାମ୍ ତ କେଉଁ ବସ୍ତାରେ ୪୫କେଜି ଚାଉଳ ରହୁଛି। ବାକି ୩ରୁ ୫କେଜି ଚାଉଳ କୁଆଡ଼େ ଯାଉଛି?ଡିଲର ମହାସଂଘ ଏହା କହିବା ପରେ ଏଠାରେ ପ୍ରଶ୍ନ ଉଠୁଛି ଏଫ୍‌ସିଆଇ ଗୋଦାମରୁ ପଞ୍ଚାୟତରେ ଡିଲର ପାଖରେ ଚାଉଳ ପହଞ୍ଚିବା ଭିତରେ ପ୍ରକୃତରେ କିଏ କେତେ ପରିମାଣର ଚାଉଳ ବାଟମାରଣା କରୁଛି? ଏହାକୁ ଧରିବାକୁଏତେଦିନ ପର୍ଯ୍ୟନ୍ତ କାହିଁକି ଯୋଗାଣବିଭାଗର ଅଧିକାରୀମାନେ କିଛି ପଦକ୍ଷେପ ନେଇନାହାନ୍ତି। ଅପରପକ୍ଷେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଚେତାଇ ଦେଇଛନ୍ତି ଯେ ଡିଲର କି ବ୍ୟବସାୟୀ ଚାଉଳ ପରିମାଣ କମାଇଲେ ନିଶ୍ଚିତ ଦଣ୍ଡିତ ହେବେ। ଖାଉଟି ଆଇନ ଅନୁଯାୟୀ ଆମେ ଜେଲ୍‌ କିମ୍ବା ଜରିମାନା କରିପାରିବୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.3 ° C
    25.3 °
    25.3 °
    92 %
    2.4kmh
    100 %
    Thu
    25 °
    Fri
    30 °
    Sat
    29 °
    Sun
    24 °
    Mon
    23 °

    ସମ୍ବନ୍ଧିତ