Monday, May 4, 2026
26.7 C
Odisha

    ହେମଗିରରେ ପୁଣି ଠାବ ହେଲା କଳାବାଘ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ ବନଖଣ୍ଡର ହେମଗିର ବନାଞ୍ଚଳ ଅଧୀନ ଦାଘୋରା ଜଙ୍ଗଲର ଗର୍ଜନ ପାହାଡରେ ପୁଣି ବ୍ଲାକ୍‌ ପାନ୍ଥର ବା କଳାବାଘ ଠାବ ହୋଇଛି। ଜଙ୍ଗଲ ବିଭାଗ ପକ୍ଷରୁ ଏହି ଜଙ୍ଗଲରେ ଲଗାଯାଇଥିବା ଟ୍ରାପ୍‌ କ୍ୟାମେରାରେ ଏହି ବିରଳ କଳାବାଘର ଫଟୋ କଏଦ ହୋଇଛି ବୋଲି ସୁନ୍ଦରଗଡ ଡିଏଫ୍‌ଓ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି।
    ଶନିବାର ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଡିଏଫ୍‌ଓ ମିରାସେ ସୁନ୍ଦରଗଡ ବନଖଣ୍ଡରେ ବିଭିନ୍ନ ବନ୍ୟଜନ୍ତୁଙ୍କ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଏହି ବ୍ଲାକ୍‌ ପାନ୍ଥର (କଳାବାଘ) ଓଡିଶା-ଛତିଶଗଡ଼ ସଂଲଗ୍ନ ହେମଗିର ଜଙ୍ଗଲରେ ଚଳପ୍ରଚଳ କରୁଥିବା ଜଣାଯାଇଛି ବୋଲି କହିଥିଲେ। ସେ ଆହୁରି କହିଥିଲେ, ୨୦୧୮ରେ ପ୍ରଥମେ ଏହି କଳାବାଘ ଉକ୍ତ ଜଙ୍ଗଲରେ ଠାବ ହୋଇଥିଲା। ପୁଣି ୨୦୨୨ ଓ ୨୦୨୩ରେ ମଧ୍ୟ ଟ୍ରାପ୍‌ କ୍ୟାମେରାରେ କଳାବାଘକୁ ଠାବ କରାଯାଇଥିଲା। ଏଥର ୩ ମାସ ତଳେ ପୁଣି କ୍ୟାମେରାରେ ଚିହ୍ନଟ ହୋଇଛି।
    ଏ ସମ୍ପର୍କରେ ସୂଚନା ମିଳିବା ପରେ କ୍ୟାମେରା ଫୁଟେଜ୍‌ ସଂଗ୍ରହ କରି ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ନିକଟକୁ ପଠାଇ ଦିଆଯାଇଥିଲା। ଯାଞ୍ଚ ପରେ ୨୦୧୮ରେ ଠାବ ହୋଇଥିବା ଏହି ସେହି କଳାବାଘ ବୋଲି ଜଣାପଡ଼ିଛି। ଏହା ଜଣାପଡିବା ପରେ ବାଘଟିର ସୁରକ୍ଷା, ଉତ୍ତମ ପରିବେଶ ସହ ଖାଦ୍ୟପେୟ ଅନ୍ୟ ବନ୍ୟଜନ୍ତୁ ବୃଦ୍ଧି ସକାଶେ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହ ବନ୍ୟ ସୁରକ୍ଷା ସାଥୀ ଗଠନ କରି ଏହାର ଗତିବିଧି ଉପରେ ନଜର ରଖାଯାଇଛି ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    60 %
    3kmh
    100 %
    Mon
    27 °
    Tue
    37 °
    Wed
    38 °
    Thu
    39 °
    Fri
    41 °

    ସମ୍ବନ୍ଧିତ