Monday, September 14, 2026
25.9 C
Odisha

    ୟୁଟ୍ୟୁବ୍ ଦେଲା ରୋଜଗାର, ଟମାଟ ଓ ଗେଣ୍ଡୁ ଫୁଲ ଚାଷ କରି ଏବେ ଆତ୍ମନିଭରଶୀଳ ଯୁବ ଚାଷୀ

    ଆଗକୁ ପଢନ୍ତୁ

    ରାୟଗଡା ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା । ଏଠାକାର ଅଧିବାସୀଙ୍କ ଜୀବନ ଜୀବିକା କହିଲେ ଚାଷ କାମ । କିଏ ଧାନ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଅନ୍ୟ କିଏ ପରିବା ଓ ଅନ୍ୟାନ୍ୟ ଚାଷ କରି ନିଜର ଗୁଜରାଣ ମେଣ୍ଟାଇଥାନ୍ତି । ତେବେ ରାମାନାଗୁଡା ବ୍ଲକ ବଡ଼ ମୁନିଗାଁ ଗ୍ରାମର ଜଣେ ଯୁବ ଚାଷୀ ବୃନ୍ଦାବନ ପୁରୁଷୋତ୍ତମ ଗ୍ରାଫଟେଡ ପଦ୍ଧତିରେ ଟମାଟ ଚାଷ ସହ ଗେଣ୍ଡୁ ଫୁଲ ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରିବାରେ ସହାୟକ ହୋଇପାରିଛନ୍ତି ।

    ପୂର୍ବରୁ ଚାଷୀ ଜଣକ ଋତୁଳାଳୀନ ଚାଷ କରୁଥିଲେ କିନ୍ତୁ ୨୦୨୨ ମସିହାରେ କିଛି ଭିନ୍ନ ଚାଷ କରିବା ପାଇଁ ୟୁଟୁବର ସହାୟତା ନେଇଥିଲେ । ୟୁଟୁବ ଦେଖି କଲମି ପଦ୍ଧତିରେ ଟମାଟ ଚାଷ କରିବା ପାଇଁ ମନବଳାଇ ଆବଶ୍ୟକୀୟ ଚାରା ରାୟପୁରରୁ ଆଣିଥିଲେ । ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ୪ ଏକର ପରିମିତ ଜମିରେ ଚାଷୀ ଜଣକ ଟମାଟ ଚାଷ ଆରମ୍ଭ କରିଛନ୍ତି । ଚାଷ ପାଇଁ ଏକର ପିଛା ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ କରୁଥିବା ବେଳେ ଏକର ପିଛା ୪୦ରୁ ଉର୍ଦ୍ଧ ଟନ୍ ଟମାଟ ଉତ୍ପାଦନ କରିବାର ଆଶା ରଖିଛନ୍ତି ଚାଷୀ ବୃନ୍ଦାବନ ।

    ଉତ୍ପାଦିତ ଫସଲକୁ ଚାଷୀ ରାୟଗଡା, ଗଞ୍ଜାମ, କୋରାପୁଟ ଓ ଆନ୍ଧ୍ର ପ୍ରଦେଶକୁ ରପ୍ତାନି କରିବା ସହ ନିକଟସ୍ଥ ବଜାରକୁ ମଧ୍ୟ ଯୋଗାଉଥିବା କହିଛନ୍ତି । ଚାଷୀ ଜଣକ କ୍ଵିଣ୍ଟାଲ କ୍ଵିଣ୍ଟାଲ ଟମାଟ ଓ ଗେଣ୍ଡୁ ଫୁଲ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରିପାରିବା ସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କର୍ମ ନିଯୁକ୍ତି ଦେଇ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହୋଇପାରିଛନ୍ତି । ପୂର୍ବରୁ ସ୍ଥାନୀୟ ଅଞ୍ଚଳର ପରିବା ବ୍ୟବସାୟୀମାନେ ବାହାରୁ ଟମାଟ ଓ ପରିବା ଆଣି ବ୍ୟବସାୟ କରୁଥିଲେ କିନ୍ତୁ ବର୍ତ୍ତମାନ ଉନ୍ନତ ମାନର ଟମାଟ ହାତ ପାଆନ୍ତାରେ ମିଳୁଥିବାରୁ ବିକ୍ରିବଟା କରି ଦୁଇ ପଇସା ରୋଜଗାର ହେଉଥିବା କହିଛନ୍ତି ବ୍ୟବସାୟୀ ।

    ଅପର ପକ୍ଷେ ଚାଷୀଙ୍କ କ୍ଷେତରେ କାମ ପାଇ ସ୍ଥାନୀୟ ଅଞ୍ଚଳର ଶ୍ରମିକ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି । ଚାଷୀଙ୍କ ଇଚ୍ଛାଶକ୍ତିକୁ ସଫଳ କରିବା ପାଇଁ ସହାୟତାର ହାତ ବଢାଇଛି ଗୁଣୁପୁରସ୍ଥିତ ଉଦ୍ୟାନ କୃଷି ବିଭାଗ । ଜାତୀୟ ଉଦ୍ୟାନ କୃଷି ମିଶନ ଯୋଜନାରେ ହେକ୍ଟର ପିଛା ୨୦ ହଜାର ଟଙ୍କା ସହ ଉତ୍ପାଦିତ ଦ୍ରବ୍ୟ ସଂରକ୍ଷିତ ଭାବେ ରଖିବା ପାଇଁ ଏକ ପ୍ୟାକ ହାଉସ ଯୋଗାଇ ଦିଆଯାଇଛି । କେବଳ ପାରମ୍ପରିକ ପଦ୍ଧତିରେ ଚାଷ ହେବ ତାହା ନୁହେଁ ବରଂ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଅଣ ପାରମ୍ପରିକ ପଦ୍ଧତିରେ ମଧ୍ୟ ବିଭିନ୍ନ ଚାଷ କରି ନିଜେ ସ୍ଵାବଲମ୍ବୀ ହେବା ସହ ଅନ୍ୟଙ୍କୁ ମଧ୍ୟ ରୋଜଗାରକ୍ଷମ କରି ହେବ ବୋଲି ପ୍ରମାଣ କରି ଦେଖାଇଛନ୍ତି ଏହି ଯୁବ ଚାଷୀ ଜଣକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.9 ° C
    25.9 °
    25.9 °
    82 %
    0.9kmh
    11 %
    Mon
    26 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ