Wednesday, April 15, 2026
30.3 C
Odisha

    ୟୁନିୟନ ବ୍ୟାଙ୍କରେ ଜମା ହେଲା ଶ୍ରୀମନ୍ଦିରର ୧୮.୩୬ କୋଟି

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀମନ୍ଦିରର ୧୮କୋଟି ୩୬ଲକ୍ଷ ୪୧ ହଜାର ୫୯୭ ଟଙ୍କା ୟୁନିୟନ ବ୍ୟାଙ୍କରେ ଜମା ହୋଇଛି । ଶ୍ରୀମନ୍ଦିରର ଫାଉଣ୍ଡେସନ ଫଣ୍ଡ ୪କୋଟି ୩୯ଲକ୍ଷ ୬୩ହଜାର ୬୨୨ଟଙ୍କା ଏବଂ କର୍ପସ ଫଣ୍ଡ ୧୩କୋଟି ୯୬ଲକ୍ଷ ୭୭ହଜାର ୯୭୫ଟଙ୍କା ଜମା କରିବା ପାଇଁ ୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଟେଣ୍ଡରରେ ଭାଗ ନେବାକୁ ଆହ୍ୱାନ କରାଯାଇଥିଲା । ସୋମବାର ୫ଟି ବ୍ୟାଙ୍କ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ । ଏଥିରେ ୟୁନିୟନ ବ୍ୟାଙ୍କ ସବୁଠୁ ଅଧିକ ସୁଧ ଦେବ ବୋଲି ବିଡ୍ ପକାଇଥିଲା । ତେଣୁ ନିୟମ ଅନୁଯାୟୀ ୟୁନିୟନ ବ୍ୟାଙ୍କରେ ଫାଉଣ୍ଡେସନ ଫଣ୍ଡ ଏବଂ କର୍ପସ ଫଣ୍ଡର ମୋଟ ୧୮କୋଟି ୩୬ଲକ୍ଷ ୪୧ ହଜାର ୫୯୭ ଟଙ୍କା ଜମା ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.3 ° C
    30.3 °
    30.3 °
    51 %
    2.2kmh
    51 %
    Wed
    30 °
    Thu
    43 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ