Monday, August 3, 2026
31.5 C
Odisha

    ୧୦ମାସର ବକେୟା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍, ସୂଚନା ଦେଲେ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ସରକାର ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କୁ ପାଇଁ ବଡ଼ ଖବର ଦେଇଛନ୍ତି। ମୋହନ ସରକାର ଏମାନଙ୍କୁ ବକେୟା ପାଉଣା ଦେବେ। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ୧୦ମାସର ବକେୟା ପାଇବେ। ଏହା ଦ୍ବାରା ରାଜ୍ୟର ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ।ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲରୁ, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କ ପାରିଶ୍ରମିକ ବାକି ରହିଛି। ମୋହନ ସରକାର , ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କୁ ବକେୟା ଦରମା ଦୋବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି।
    ସୂଚନାଯୋଗ୍ୟ, ରାଜ୍ୟରେ ପ୍ରାୟ ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କାର୍ଯ୍ୟରତ ଅଛନ୍ତି। ଏମାନେ ସମାଜର ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଉଛନ୍ତି। ଓଡ଼ିଶାରେ ଗତବର୍ଷ ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହି ଦିନଠାରୁ ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କ ପାରିଶ୍ରମିକ ଅଟକି ଯାଇଥିଲା। ଜୁନ୍‌ ପ୍ରଥମ ସପ୍ତାହରେ ସାଧାରଣ ନିର୍ବାଚନ ଫଳ ଆସିଲା। ରାଜ୍ୟରେ ସରକାର ବଦଳିଯିବା ପରେ ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରମାନେ ସଂକଟରେ ପଡ଼ିଯାଇଥିଲେ।

    ଅନ୍ୟପଟରେ ହଜାର ହଜାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଦ୍ବନ୍ଦ୍ବରେ ମଧ୍ୟ ପଡ଼ି ଯାଇଥିଲେ। ସେମାନେ ବିଭିନ୍ନ ସମୟରେ ରାଜଧାନୀ ଭୁବନେଶ୍ବରର ଲୋୟର ପିଏମ୍‌ଜି ଛକରେ ଧାରଣ ମଧ୍ୟ ଦେଇଥିଲେ। ରାଜ୍ୟ ସରକାର ସେମାନଙ୍କୁ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟ ସରକାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ ସମସ୍ୟାର ସମାଧାନ କରିବାକୁ ଯାଉଁଛନ୍ତି। ଫଳରେ ହଜାର ହଜାର ସେବା ଯୋଗାଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    31.5 ° C
    31.5 °
    31.5 °
    64 %
    1.6kmh
    87 %
    Mon
    31 °
    Tue
    31 °
    Wed
    31 °
    Thu
    27 °
    Fri
    30 °

    ସମ୍ବନ୍ଧିତ