Friday, September 19, 2025
24 C
Odisha

    ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ଜଣେ ଗିରଫ

    ଆଗକୁ ପଢନ୍ତୁ

    ବାଲେଶ୍ଵର: ନିର୍ବାଚନ ଆଚରଣବିଧି ଲାଗୁ ପରେ ପୋଲିସ ପକ୍ଷରୁ ଚେକିଂ ବ୍ଲକିଂକୁ ଜୋରଦାର କରାଯାଇଛି । ବିଶେଷକରି ନିଶା ଓ ଟଙ୍କା କାରବାର ଉପରେ ରହିଛି କଡ଼ା ନଜର । ଆଜି ଜଳେଶ୍ବର ଥାନା ଆମ୍ବିଳିଅଠା ପେଟ୍ରୋଲ ପମ୍ପ ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବାବେଳେ ମାଡ଼ି ବସିଛି ଅବକାରୀ ସ୍କ୍ବାଡ । ୧୦ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ ସହ ଜଣେ ଯୁବକଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ଭୋଗରାଇ ଥାନା ସୁନାଧରବସାଣ ଗ୍ରାମର ସେଖ୍ ଆସରତ ଆୟୁବ । ତାଙ୍କ ନିକଟରୁ ୧୦୫ ଗ୍ରାମର ବ୍ରାଉନ ସୁଗାର ସହ ଗୋଟିଏ ବାଇକ ଜବଦ କରିଛି ଟମ୍ । ଜବତ ବାଉନସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୫୦ ହଜାର ଟଙ୍କା ହେବ । ସାଟେଲାଇଟ ବିଭାଗ ପକ୍ଷରୁ ୧୦/୨୪ ମୂଳେ ଯୁବକକୁ ଗିରଫ କରି କୋର୍ଟ ପଠାଇଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    91 %
    1.3kmh
    5 %
    Thu
    24 °
    Fri
    31 °
    Sat
    32 °
    Sun
    31 °
    Mon
    30 °

    ସମ୍ବନ୍ଧିତ