Monday, September 14, 2026
28.8 C
Odisha

    ୧୫ ସୁଦ୍ଧା ସରିବ ଇ-କେୱାଇସି

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରେସନ କାର୍ଡ ହିତାଧିକାରୀ ଇ-କେୱାଇସି ଅପଡେଟ୍‌ କରୁଛନ୍ତି। ଏହା ଚଳିତ ମାସ ୧୫ ତାରିଖ ସୁଦ୍ଧା ସରିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଯେଉଁମାନେ ବୟସାଧିକ୍ୟ କାରଣରୁ ଇ-କେୱାଇସି କରିନାହାନ୍ତି, ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି। ଯେଉଁମାନେ ବାହାର ରାଜ୍ୟରେ ରହୁଛନ୍ତି, ସେମାନଙ୍କ ଇ-କେୱାଇସି ପାଇଁ ବାହାର ରାଜ୍ୟକୁ ସରକାରୀ ଅଧିକାରୀ ଯିବେ। ଏହିକ୍ରମରେ ନିକଟରେ ଗୋଆରେ ଥିବା କିଛି ହିତାଧିକାରୀଙ୍କ ଇ-କେୱାଇସି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି ଏବଂ ୮୫ ପ୍ରତିଶତ ହିତାଧିକାରୀଙ୍କ ଇ-କେୱାଇସି ସରିଲାଣି।ଅବଶିଷ୍ଟଙ୍କର ୧୫ ତାରିଖ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ନିକଟରେ ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଥିଲେ, ଇ-କେୱାଇସି ଅପଡେଟ୍‌ ଓ ଯାଞ୍ଚ କାଳରେ ପ୍ରତି ଜିଲ୍ଲାରୁ ଲକ୍ଷେରୁ ଅଧିକ ଭୂତ ହିତାଧିକାରୀ ବାହାରୁଛନ୍ତି। ଗତ ୨୪ ବର୍ଷ ସରକାରରେ ଭୂତ ହିତାଧିକାରୀ ସରକାରଙ୍କ ଆଖିରେ ଧୂଳି ପକାଇ ଚାଲିଥିଲେ। ବର୍ତ୍ତମାନ ପ୍ରାୟ ୪୦ ଲକ୍ଷ ଭୂତ ରେସନ କାର୍ଡ ହିତାଧିକାରୀ ବାହାରିଲେଣି। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଭୂତ ହିତାଧିକାରୀଙ୍କ ସଂଖ୍ୟା ଜାଣିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରେସନ କାର୍ଡରେ କେୱାଇସି ଅପଡେଟ କରାଯାଉଛି। କେୱାଇସି ଅପଡେଟ୍‌ରୁ ଏହି ଭୂତ ହିତାଧିକାରୀଙ୍କ ସଂଖ୍ୟା ଜଣାପଡିଛି ବୋଲି ମନ୍ତ୍ରୀ ପାତ୍ର କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.8 ° C
    28.8 °
    28.8 °
    73 %
    0.4kmh
    58 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ