Wednesday, March 4, 2026
34.4 C
Odisha

    ୧୬ ତାରିଖରୁ ରାଜ୍ୟରେ ପଡିବ ଶୀତ

    ଆଗକୁ ପଢନ୍ତୁ

    ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ହୋଇଥିବା ବେଳେ ଆସନ୍ତା ୧୬ ତାରିଖରୁ ମାର୍ଗଶୀର ମାସ ଆରମ୍ଭ ହେବ । ତେବେ ନଭେମ୍ବର ୧୬ରୁ ଓଡିଶାରେ ଶୀତ ଅନୁଭୂତ ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତାପମାତ୍ରା ହ୍ରାସ ପାଇବା ସହିତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ । ପାଣପାଗ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ଉତ୍ତରା ଲହରୀ ପ୍ରଭାବିତ ହେଉ ନାହିଁ । ତେଣୁ ରାଜ୍ୟରେ ଶୀତ ଅନୁଭୂତ ହେଉ ନାହିଁ । ଶୀତ ଆରମ୍ଭ ହୋଇସାରିଥିଲେ ସୁଦ୍ଧା ପ୍ରକୋପ ଅନୁଭୂତ ହେଉ ନାହିଁ । ଯଦି ଦେଖିବା କନ୍ଧମାଳ, ସମେତ ଅନେକ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି । ଦାରିଙ୍ଗବାଡିରେ ତାପମାତ୍ରା ୧୬ ଡିଗ୍ରୀ ତଳେ ରହିଛି । ତେବେ ଶୀତ ଅନୁଭୂତ ହେଉନଥିଲେ ମଧ୍ୟ ଅନେକ ସ୍ଥାନରେ କୁହୁଡିର ଚାଦର ଦେଖାଯାଇଛି । ପ୍ରକାଶଥାଉକି, ଗତକାଲି ରାତିରେ କିଛି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ତେବେ ଆସନ୍ତା ୧୬ରୁ ତାପମାତ୍ରା ଖସିବା ନେଇ କୁହାଯାଇଥିଲେ ହେଁ କେତେ ଶୀତ ହେବ ବା ତାପମାତ୍ରା କମିକ ସେନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.4 ° C
    34.4 °
    34.4 °
    12 %
    3.4kmh
    5 %
    Wed
    35 °
    Thu
    37 °
    Fri
    38 °
    Sat
    38 °
    Sun
    38 °

    ସମ୍ବନ୍ଧିତ