Thursday, October 15, 2026
21.9 C
Odisha

    ପୋଷାକରୁ ତେଲ ଦାଗ ଛଡ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

    ଆଗକୁ ପଢନ୍ତୁ

    କପଡ଼ାରେ ତେଲ ଦାଗ ଲାଗିଗଲେ ଏହାକୁ ଛଡ଼ାଇବା ସହଜ ହୋଇଥାଏ।  ବିଶେଷକରି ଦାଗ ପୁରୁଣା ହୋଇଗଲେ ସାଧାରଣ ଭାବେ ଧୋଇଲେ ମଧ୍ୟ ସମ୍ପୂର୍ଣ୍ଣ ଦାଗ ଯାଏ ନାହିଁ। ତେବେ ଏଥିପାଇଁ ମହଙ୍ଗା ଷ୍ଟେନ୍ ରିମୁଭର୍ ଆବଶ୍ୟକ ନାହିଁ। ଘରେ ଥିବା ଡିସ୍ ଡିଟର୍ଜେଣ୍ଟ ଓ ଲିକ୍ୱିଡ୍ ଲଣ୍ଡ୍ରି ଡିଟର୍ଜେଣ୍ଟରେ ମଧ୍ୟ ତେଲ ଦାଗ ସଫା କରାଯାଇପାରିବ।

    ପ୍ରଥମେ କରନ୍ତୁ ଏହି କାମ

    ଯଦି କପଡ଼ାରେ ସଙ୍ଗେସଙ୍ଗେ ତେଲ ପଡ଼ିଛି, ତେବେ ଏହାକୁ ଘଷନ୍ତୁ ନାହିଁ। ପ୍ରଥମେ ପେପର୍ ଟାୱେଲ୍ କିମ୍ବା ସଫା କପଡ଼ାରେ ହାଲୁକା ଭାବେ ଚାପ ଦେଇ ଅତିରିକ୍ତ ତେଲ ଶୋଷି ନିଅନ୍ତୁ। ଘଷିଲେ ତେଲ କପଡ଼ାରେ ପିଇଯାଇ ଭିତରକୁ ଚାଲିଯାଇଥାଏ। କପଡ଼ାକୁ ଏକ ସମତଳ ସ୍ଥାନରେ ରଖି ତେଲ ଦାଗ ଉପରେ କିଛି ବୁନ୍ଦା ଡିସ୍ ଡିଟର୍ଜେଣ୍ଟ ପକାନ୍ତୁ। ଆଙ୍ଗୁଠିରେ ଧୀରେ ଧୀରେ ଘଷନ୍ତୁ, ଯାହାଦ୍ୱାରା ଡିଟର୍ଜେଣ୍ଟ କପଡ଼ାର ସୂଚତା ଭିତରକୁ ପହଞ୍ଚିପାରିବ। ଏହା ତେଲ ଓ ଗ୍ରିଜ୍‌କୁ ଭାଙ୍ଗିବାରେ ସାହାଯ୍ୟ କରେ।ଏହାପରେ ଦାଗ ଉପରେ ଅଳ୍ପ ଲିକ୍ୱିଡ୍ ଲଣ୍ଡ୍ରି ଡିଟର୍ଜେଣ୍ଟ ଲଗାଇ ହାଲୁକା ଭାବେ ଘଷନ୍ତୁ।

    ଏବେ ଅଳ୍ପ ପାଣି ଦେଇ ବ୍ରଶ୍ କରନ୍ତୁ

    ଦାଗ ଉପରେ ପ୍ରାୟ ଅଧା ଚାମଚ ପାଣି ଦେଇ ହାଲୁକା ଭାବେ ଭିଜାନ୍ତୁ। ଏହାପରେ ନରମ ଲଣ୍ଡ୍ରି ବ୍ରଶ୍ କିମ୍ବା ନରମ ଟୁଥ୍‌ବ୍ରଶ୍‌ରେ ଧୀରେ ଧୀରେ ଘଷନ୍ତୁ। ଏହାଦ୍ବାରା କପଡ଼ାରେ ଲାଗିଥିବା ତେଲ ଧୀରେଧୀରେ ଛାଡ଼ିବାକୁ ଲାଗିଥାହଏ। ହାଲୁକା କପଡ଼ା ହୋଇଥିଲେ ଅଧିକ ଜୋରରେ ଘଷନ୍ତୁ ନାହିଁ।ଡିଟର୍ଜେଣ୍ଟ ଲଗାଇବା ପରେ କିଛି ସମୟ ଛାଡ଼ି ଦିଅନ୍ତୁ। ନୂଆ ତେଲ ଦାଗ ପାଇଁ ପ୍ରାୟ ୧୫ରୁ ୩୦ ମିନିଟ୍ ଯଥେଷ୍ଟ ହୋଇପାରେ। ଯଦି ଦାଗ ଡ୍ରାୟର୍‌ର ଗରମରେ ପୂର୍ବରୁ ଶୁଖିଯାଇଛି, ତେବେ ୧୨ରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖିବାକୁ ପଡ଼ିବ। କପଡ଼ାକୁ ଗରମ କିମ୍ବା ଉଷୁମ ପାଣିରେ ଧୋଇବା ଅନୁମତି ଥିଲେ ଏହା ତେଲ ଦାଗ ହଟାଇବାରେ ସାହାଯ୍ୟ କରିପାରେ। ଧୋଇବା ପରେ କପଡ଼ାକୁ ଭଲ ଭାବେ ଯାଞ୍ଚ କରନ୍ତୁ। ଯଦି ତେଲ ଦାଗ ରହିଛି ତେବେ ଡ୍ରାୟର୍‌ରେ ଦିଅନ୍ତୁ ନାହିଁ। ଡ୍ରାୟର୍‌ର ଗରମ ଦାଗକୁ କପଡ଼ାରେ ଆହୁରି ସ୍ଥାୟୀ କରିଦେଇପାରେ। ଏପରି ସ୍ଥିତିରେ କପଡ଼ାକୁ ପବନରେ ଶୁଖାନ୍ତୁ ଏବଂ ଆବଶ୍ୟକ ହେଲେ ପୁଣିଥରେ ଏହି ପ୍ରକ୍ରିୟା କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.9 ° C
    21.9 °
    21.9 °
    95 %
    1.1kmh
    11 %
    Wed
    22 °
    Thu
    29 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ