Saturday, April 11, 2026
37.2 C
Odisha

    ୨୦ବର୍ଷ ପୂ୍‌ର୍ତ୍ତିରେ ୨୦ଫୁଟର ଗଣେଶ ମୂର୍ତ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :   ଚଳିତ ବର୍ଷ ଭୁବନେଶ୍ବର ସ୍ଥିତ “ପ୍ୟାସନ କ୍ଲବ” ପକ୍ଷରୁ ବିଧାୟକ କଲୋନୀ ଠାରେ “ଗଣେଶ ପୂଜା” ନିମନ୍ତେ ୨୦ବର୍ଷ ପୂ୍‌ର୍ତ୍ତିରେ ୨୦ଫୁଟର ମୂର୍ତ୍ତି ନିର୍ମାଣ କରାଯାଉଛି । ଏଥିରେ ବିଶେଷ ଆକର୍ଷଣ ସାଜିବ ପ୍ଲାଷ୍ଟିକ୍ ବୋତଲରେ ତିଆରି ତୋରଣ । ଭସାଣ ଉତ୍ସବ ସମୟରେ ଲୋକଙ୍କ ପାନୀୟ ପାଇଁ ବଣ୍ଟନ କରାଯାଉଥିବା ପ୍ଲାଷ୍ଟିକ୍ ବୋତଲକୁ କିପରି ଭାବରେ ପୁନଃ ବ୍ୟବହାର କରି ସୁନ୍ଦର ତୋରଣ ପ୍ରସ୍ତୁତ କରାଯାଇପାରିବ, ତାକୁ ଆଖି ଆଗରେ ରଖି କ୍ଲବ୍ ଏଭଳି ପଦକ୍ଷେପ ନେଇଛି । ଆଗାମୀ ବର୍ଷ ଗଛରେ ତୋରଣ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ଏହି କ୍ଲବ୍ । ସୂଚନାମୁତାବକ “ପ୍ୟାସନ କ୍ଲବ” ଲୋକଙ୍କ ପାଇଁ ୨୦୦୫ ମସିହାରୁ ମସିହାରୁ କାମ କରିଆସୁଛି । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ସରକାରୀ ଓ ବେସରକାରୀ ସାମାଜିକ କାର୍ଯ୍ୟକ୍ରମରେ ଜଡିତ ହୋଇ ଅନେକ ପ୍ରସଂଶା ଓ ସମ୍ମାନ ଜନକ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିସାରିଛି । ଯଥା- ସ୍ବଚ୍ଛ ଭାରତ ଅଭିଯାନ, ଟ୍ରାଫିକ ନିୟନ୍ତ୍ରଣ ସଚେତନତା, ବୃକ୍ଷ ରୋପଣ, ବେଟି ବଞ୍ଚାଅ ବେଟି ପଢ଼ାଅ, ରକ୍ତଦାନ ଶିବିର, ସ୍ବାସ୍ଥ୍ୟ ସଚେତନତା ଶିବିର, ମାଗଣା ବସ୍ତ୍ର ଦାନ, ମାଗଣା ଅନ୍ନ ଦାନ, ଦୃଷ୍ଟି ହୀନ କ୍ରିକେଟ୍ ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା, ପଖାଳ ଦିବସ ପରି ଅନେକ କିଛି । ଚଳିତ ବର୍ଷ ଏହି କ୍ଲବ୍ ମହାଆଡମ୍ବର ସହିତ “ଗଣେଶ ପୂଜା” ପାଳନ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ