Tuesday, May 26, 2026
29.9 C
Odisha

    ୨୦୨୨-୨୩ର ରେକର୍ଡ ଭାଙ୍ଗିଲା: ୮ ଦିନରେ ୬.୯୮ ଲକ୍ଷ କଇଁଛ ଦେଲେ ଅଣ୍ଡା

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ବିଶ୍ବର ସର୍ବବୃହତ୍ ଗଣଅଣ୍ଡାଦାନ ସ୍ଥଳୀର ମାନ୍ୟତା ପାଇଥିବା ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଅଲିଭ୍‌ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ସରିଛି। ଚଳିତବର୍ଷ ଅଲିଭ୍‌ ରିଡ୍‌ଲେ ସର୍ବକାଳୀନ ରେକର୍ଡ କରିଛନ୍ତି। ଏବର୍ଷ ମୋଟ ୬ଲକ୍ଷ ୯୮ହଜାର ୭୧୮ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ପୂର୍ବରୁ କେବେ ଏତେସଂଖ୍ୟକ କଇଁଛ ଓଡ଼ିଶା ଉପକୂଳରେ ଅଣ୍ଡାଦାନ କରି ନଥିଲେ। ୨୦୨୨-୨୩ରେ ୬ ଲକ୍ଷ ୩୭ ହଜାର କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। କିନ୍ତୁ ଚଳିତ ବର୍ଷ ଏହି ରେକର୍ଡ ଭାଙ୍ଗିଛି।ଚଳିତ ବର୍ଷ ଅଣ୍ଡାଦାନ ପାଇଁ ପାଗ ଅନୁକୂଳ ରହିଥିଲା। ଏଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ୧୬ତାରିଖରୁ ଏହା ଆରମ୍ଭ ହୋଇଥିଲା। ଗୋଖରକୁଦାଠାରୁ ବଟେଶ୍ବର ପର୍ଯ୍ୟନ୍ତ ରହିଥିବା ବେଳାଭୂମିରେ କଇଁଛ ଅଣ୍ଡାଦାନ କରିଛନ୍ତି। ଏହାସହିତ ୮ଦିନ ଧରି ଏହି ପ୍ରକ୍ରିୟା ଚାଲିଥିଲା। ଅଲିଭ୍‌ ରିଡ୍‌ଲେଙ୍କ ସଙ୍ଗମ ସରିବା ପରେ ଯେଉଁ ସ୍ଥାନକୁ ସେମାନେ ସୁରକ୍ଷିତ ମନେ କରିବେ ସେଠାରେ ଅଣ୍ଡାଦାନ କରିଥାନ୍ତି। ମାଈ କଇଁଛ ସମୁଦ୍ରକୂଳକୁ ଆସି ନିଜର ସୁରକ୍ଷିତ ସ୍ଥାନ ବାଛି ଅଣ୍ଡା ଦେଇଥାଏ। ଗୋଟିଏ ମାଈ ଅଲିଭ୍‌ ରିଡ୍‌ଲେ ୮୦ରୁ ୧୬୦ଟି ଅଣ୍ଡା ଦେଇଥାଏ। ଗୋଟିଏ ବସା (ନେଷ୍ଟ୍‌)ର ଆକାର ୧ ଫୁଟ୍‌ ଗୋଲେଇ ଓ ଦେଢ଼ ଫୁଟ୍‌ ଗଭୀର ହୋଇଥାଏ। ଗଣଅଣ୍ଡାଦାନ ସରିବାର ପ୍ରାୟ ୫୦ଦିନ ପରେ ଅଣ୍ଡା ଫୁଟି ଛୁଆ ବାହାରିଥାନ୍ତି। ଏହି ସମୟରେ ବନ ବିଭାଗ ତରଫରୁ ଋଷିକୁଲ୍ୟା ମୁହାଣ ବେଳାଭୂମି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ କରାଯାଇଥାଏ। ବର୍ତ୍ତମାନ ସେହି ଅଞ୍ଚଳ ବନ ବିଭାଗର ସୁରକ୍ଷା ବ୍ୟବସ୍ଥାରେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    47 %
    1.6kmh
    50 %
    Mon
    30 °
    Tue
    45 °
    Wed
    45 °
    Thu
    46 °
    Fri
    45 °

    ସମ୍ବନ୍ଧିତ