Sunday, September 20, 2026
24.1 C
Odisha

    ୨ ଓଡ଼ିଆ ବୈଜ୍ଞାନିକଙ୍କୁ ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଜି ପ୍ରଥମ ଜାତୀୟ ବିଜ୍ଞାନ ପୁରସ୍କାର-୨୦୨୪ ବିତରଣ କରାଯାଇଛି। ଭାରତର ପ୍ରଥମ ଚନ୍ଦ୍ର ଅବତରଣ ପଛରେ ଥିବା ଟିମ୍‌ଙ୍କ ସମେତ ଦେଶର ୩୩ଜଣ ବୈଜ୍ଞାନିକଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାରରେ ଆଜି ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ। ଏଥିରେ ଦୁଇ ଜଣ ଓଡ଼ିଆ ବୈଜ୍ଞାନିକ ସାମିଲ ଅଛନ୍ତି। ଏମାନଙ୍କୁ ବିଜ୍ଞାନ ଯୁବ ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର ପ୍ରଦାନ କରାଯାଇଛି। ଏହି ଦୁଇ ବୈଜ୍ଞାନିକ ହେଲେ, ଡକ୍ଟର ସ୍ବରୂପ କୁମାର ପରିଡ଼ା ଓ ଡକ୍ଟର ଦିଗେନ୍ଦ୍ରନାଥ ସ୍ବାଇଁ। ଡକ୍ଟର ପରିଡ଼ାଙ୍କୁ କୃଷି ଓ ଡକ୍ଟର ସ୍ବାଇଁଙ୍କୁ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ର ପାଇଁ ପୁରସ୍କାର ମିଳିଛି। ଡକ୍ଟର ପରିଡ଼ା ଦିଲ୍ଲୀସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ପ୍ଲାଣ୍ଟ୍‌ ଜିନୋମ୍ ରିସର୍ଚ୍ଚ (ଏନ୍‌ଆଇପିଜିଆର୍‌)ରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ବେଳେ ଡକ୍ଟର ସ୍ବାଇଁ ତିରୁଅନନ୍ତପୁରମ୍‌ସ୍ଥିତ ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ। ଆଜି ବିଜ୍ଞାନ ରତ୍ନ, ବିଜ୍ଞାନଶ୍ରୀ, ବିଜ୍ଞାନ ଯୁବ ଶାନ୍ତି ସ୍ବରୂପ ଭଟ୍ଟନାଗର ଓ ବିଜ୍ଞାନ ଟିମ୍‌ ଅଧୀନରେ ୧୩ଟି କ୍ଷେତ୍ର ପାଇଁ ପୁରସ୍କାର ପ୍ରଦାନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    94 %
    1.1kmh
    92 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ