Thursday, April 2, 2026
25.4 C
Odisha

    ଅକ୍ଟୋବର ୪ରେ ଇସିଙ୍କ ବିହାର ଗସ୍ତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଚଳିତବର୍ଷ ଶେଷଆଡକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନେତୃତ୍ବରେ ନିର୍ବାଚନ କମିଶନ (ଇସି) ଟିମ୍‌ ଅକ୍ଟୋବର ୪ରେ ବିହାର ଗସ୍ତ କରିବେ ବୋଲି ଜଣାପଡିଛି। ଦୁଇଦିନ ଅବସ୍ଥାନ କାଳରେ ସେମାନେ ବିହାର ନିର୍ବାଚନ ପାଇଁ ନିଯୁକ୍ତ ପୁଲିସ ଅଧିକାରୀ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବିହାରରେ ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା) କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଚଳିତମାସ ୩୦ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ସୂଚନାଯୋଗ୍ୟ ଆସନ୍ତା ନଭେମ୍ବର ୨୨ ସୁଦ୍ଧା ବିହାର ବିଧାନସଭାର କାର୍ଯ୍ୟକାଳ ପୂରିଯାଉଛି। ତେଣୁ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ନଭେମ୍ବରରେ ବିହାର ନିର୍ବାଚନ ଅନୁଷ୍ଠିତ ହେବା ଜରୁରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ