Tuesday, November 25, 2025
17.4 C
Odisha

    ଅଟୋ ଚାଳକଙ୍କୁ ବିଭତ୍ସ ହତ୍ୟା

    ଆଗକୁ ପଢନ୍ତୁ

    ଅଟୋ ଡ୍ରାଇଭରଙ୍କୁ ବିଭତ୍ସ ହତ୍ୟା । ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ଫୁଲଜବା ଗାଁ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ । ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଟିକିରି ଥାନା ଫୁଲଜବା ନିକଟରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ କେଉଁ କାରଣ ପାଇଁ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତ ଅଟୋ ଚାଳକ ହେଲେ ବଳରାମ ଖରା । ତାଙ୍କ ବୟସ ୩୫ ବର୍ଷ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଅଟୋ ଚାଳକ ବଳରାମ କୋରାପୁଟ ଲକ୍ଷ୍ମୀପୁରରୁ ନୂଆପଡା ଅଭିମୁଖେ ଆସିଥିଲେ । ତେବେ ଏହି ସମୟରେ ଭଡାକୁ ଯିବାକୁ କହି କେହି ଜଣ ହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ଆଗରୁ ପୁରୁଣା ଶତ୍ରୁତା ରହିଥିବା ନେଇ ଅନୁମାନ କରାଯାଉଥିଲେ ବର୍ତ୍ତମାନ ସୁଦ୍ଧା କୌଣସି ଠୋସ୍ ପ୍ରମାଣ ମିଳିପାରି ନାହିଁ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    17.4 ° C
    17.4 °
    17.4 °
    69 %
    1.3kmh
    19 %
    Mon
    17 °
    Tue
    27 °
    Wed
    26 °
    Thu
    25 °
    Fri
    25 °

    ସମ୍ବନ୍ଧିତ