Monday, June 30, 2025
23.6 C
Odisha

    ଅଧିକ କୀଟନାଶକ ବ୍ୟବହାର ଯୋଗୁଁଁ ବଢୁଛି କ୍ୟାନସର୍‌‌: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଚାଷରେ ଅଧିକ କୀଟନାଶକ ଏବଂ ସାରର ବ୍ୟବହାର କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ାଉଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଧାନସଭା ପ୍ରଶ୍ନୋତ୍ତର କାଳରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅର୍ଗାନିକ୍ ବା ଜୈବିକ ଚାଷ ପାଇଁ କ’ଣ ପାଇଁ ବ୍ୟବହାର କରାଯାଉଛି ବୋଲି ପ୍ରଶ୍ନ କରିଥିଲେ ।

    ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲାରେ କ୍ୟାନସର୍‌‌ ରୋଗୀଙ୍କ ସଂଖ୍ୟା ବଢୁଛି । ଫସଲରେ ଅଧିକ କୀଟନାଶକ ବ୍ୟବହାର କରାଯାଉଛି । ଜମିର ଗୁଣବତ୍ତା ନଷ୍ଟ ହେଉଛି ଏବଂ କ୍ୟାସନର ଭଳି ରୋଗ ବ୍ୟାପୁଛି । ଏଥିପାଇଁ ବଳଭଦ୍ର ଜୈବିକ ମିଶନକୁ ଗୁରୁତ୍ୱ ଦିଆଯାଉଛି । ଜୈବିକ ଚାଷ କ୍ଷେତ୍ରଫଳ ବୃଦ୍ଧି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    93 %
    2.9kmh
    100 %
    Mon
    24 °
    Tue
    24 °
    Wed
    30 °
    Thu
    30 °
    Fri
    26 °

    ସମ୍ବନ୍ଧିତ