Wednesday, January 21, 2026
29.7 C
Odisha

    ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ, ଲାଗିଲାଣି ଭକ୍ତଙ୍କ ଗହଳି

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ବଡସିଂହାର ନୀତିରେ ପଦ୍ମବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ଶ୍ରୀଜୀଉଙ୍କ ବିଭିନ୍ନ ଚିତାକର୍ଷକ ବେଶ ମଧ୍ୟରୁ ପଦ୍ମବେଶ ଅନନ୍ୟ । ପରମ୍ପରା ମୁତାବକ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ୱା ଶନିବାର ପଡିଥାଏ । ସେହିଦିନ ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଥାଏ । ସେହି ପରିପ୍ରେକ୍ଷୀରେ ଆଜି ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଅର୍ଥାତ ଆପାଦ ମସ୍ତକ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ଦୁର୍ଲଭ ପଦ୍ମବେଶ ପାଇଁ ବେଶ କାରିଗରଙ୍କ ଦ୍ୱାରା ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି ଶ୍ରୀମନ୍ଦିର ଭିତରକୁ ସଂଧ୍ୟାରେ ଏହି ବେଶ ଯିବ । ସୋଲ,ଜରି,କନା,କଇଥ ଅଠାରେ ପ୍ରସ୍ତୁତ ପଦ୍ମବେଶକୁ ବଡଛତା ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ । କୀରୀଟ,ଚୂଳ, ହୃଦପଦକ, କରପଲ୍ଲବ,ଶ୍ରୀମୁଖ ପଦ୍ମରେ ବିଭୂଷିତ ହୋଇ ଝଲସିଥାନ୍ତି ମହାପ୍ରଭୁ । ତେବେ ମନୋହର ଦାସଙ୍କ ସ୍ମୃତିରେ ପଦ୍ମବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ବେଳେ ଏହା ପଛରେ ଅନେକ ତତ୍ୱ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.7 ° C
    29.7 °
    29.7 °
    18 %
    2.9kmh
    0 %
    Wed
    27 °
    Thu
    30 °
    Fri
    30 °
    Sat
    31 °
    Sun
    32 °

    ସମ୍ବନ୍ଧିତ