Friday, April 3, 2026
39 C
Odisha

    ଅପରେସନ୍‌ ସିନ୍ଦୂର ପରେ କାନାଡାକୁ ପ୍ରଥମ ବିଦେଶ ଗସ୍ତ କରିବେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଅପରେସନ୍‌ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଆସନ୍ତା ସପ୍ତାହର ଶେଷ ଭାଗରେ ଜି୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସେ କାନାଡା ଯାତ୍ରା କରିବେ।

    ରବିବାରଠାରୁ ଆରମ୍ଭ ହେଉଥିବା ତାଙ୍କର ତିନି ରାଷ୍ଟ୍ର ଗସ୍ତର ଅଂଶ ଭାବରେ ପ୍ରଧାନମନ୍ତ୍ରୀ ମୋଦୀ ସାଇପ୍ରସ୍ ଏବଂ କ୍ରୋଏସିଆ ମଧ୍ୟ ଗସ୍ତ କରିବେ।

    ବିଶେଷକରି କାନାଡା ଗସ୍ତ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ପାକିସ୍ତାନ ବିରୋଧରେ ଭାରତ ‘ଅପରେସନ ସିନ୍ଦୂର’ ଆରମ୍ଭ କରିବା ପରଠାରୁ ମୋଦୀଙ୍କ ପ୍ରଥମ ବିଦେଶ ଯାତ୍ରା ଏବଂ ଖାଲିସ୍ତାନି ପ୍ରସଙ୍ଗରେ ନୂଆଦିଲ୍ଲୀ ଏବଂ ଓଟାୱା ମଧ୍ୟରେ କୂଟନୈତିକ ସମ୍ପର୍କ ଖରାପ ହେବା ପରଠାରୁ ମଧ୍ୟ ତାଙ୍କର ପ୍ରଥମ କାନାଡା ଗସ୍ତ।

    କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣରେ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ମୋଦି ଜୁନ୍ ୧୬-୧୭ ତାରିଖରେ ଜ୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ କାନାଡାର କାନାନାସ୍କିସ୍ ଗସ୍ତ କରିବେ। ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶକ୍ତି ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ସମେତ ପ୍ରମୁଖ ବିଶ୍ୱ ପ୍ରସଙ୍ଗ ଉପରେ ଭାରତର ମତ ଉପସ୍ଥାପନ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

    ତେବେ ଜୁନ୍ ୧୫ ରୁ ୧୬ ତାରିଖ ମଧ୍ୟରେ ମୋଦୀଙ୍କ ସାଇପ୍ରସ ଗସ୍ତ ସହିତ ବିଦେଶ ଗସ୍ତ ଆରମ୍ଭ ହେବ। ତା’ପରେ ସେ ଜୁନ୍ ୧୬ ରୁ ୧୭ ପର୍ଯ୍ୟନ୍ତ ଜି୭ ସମ୍ମିଳନୀରେ ଅଂଶଗ୍ରହଣ କରିବେ ଏବଂ ଜୁନ୍ ୧୮ ତାରିଖରେ କ୍ରୋଏସିଆର ସରକାରୀ ଗସ୍ତ ସହିତ ତାଙ୍କୁ ବିଦେଶ ବୁଲା ଶେଷ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ