Saturday, June 7, 2025
30.8 C
Odisha

    ଅପରେସନ ସିନ୍ଦୂରକୁ ପୂରିଲା ମାସେ, ୯ଟି ଆତଙ୍କବାଦୀ ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଭାରତୀୟ ସେନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଅପରେସନ ସିନ୍ଦୂରକୁ ପୂରିଲା ମାସେ ।  ଭାରତର ଅପରେସନ ସିନ୍ଦୂରରେ ଛାରଖାର ହୋଇଥିଲା ପାକିସ୍ତାନର ୯ ଆତଙ୍କୀ ଆଡ୍ଡା ।  ପହଲଗାମ ଆତଙ୍କୀ ଆକ୍ରମଣରୁ ଅପରେସନ ସିନ୍ଦୂରର ସୂତ୍ରପାତ।  ମେ ୭ ତାରିଖ ବିଳମ୍ବିତ ରାତି ।  ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଭାରତୀୟ ସେନା ।

    ୨୫ ମିନିଟର ଥିଲା ଅପରେସନ । ଜୈସ-ଏ-ମହମ୍ମଦ, ଲସକର ଏ ତୋଇବା ଏବଂ ହିଜବୁଲ୍ଲ ମୁଜାହିଦ୍ଦିନ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା ଭାରତୀୟ ସେନା ।  ଏଥିରେ ଭାରତୀୟ ବାୟୁ ସେନା ପକ୍ଷରୁ ସ୍କାଲପ ମିସାଇଲ ଓ ହାମର ପ୍ରେସିଜନ ଗାଇଡେଡ ବୋମା ବ୍ୟବହାର କରାଯାଇଥିଲା । ଭାରତୀୟ ସେନାର ଅପରେସନ ସିନ୍ଦୂରରେ ଶତାଧିକ ଆତଙ୍କବାଦୀ ନିପାତ ହୋଇଥିଲେ ।  ଏହାପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା ।

    ଶ୍ରୀନଗର, ଭୁଜ, ଚଣ୍ଡୀଗଡ଼ ଲୁଧିଆନା ଆଦି ସହରରେ ପାକିସ୍ତାନ ଡ୍ରୋନ ଓ ମିସାଇଲ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଭାରତୀୟ ସେନା ପକ୍ଷରୁ ଦିଆଯାଇଥିଲା କଡ଼ା ଜବାବ । ଲାହୋରରେ ପାକିସ୍ତାନର ଏୟାର ଡିଫେନସ ସିଷ୍ଟମକୁ ଧ୍ବଂସ କରିଥିଲା ଭାରତ ।  ମେ ୯ରେ ଭାରତୀୟ ସେନା ଜମ୍ବୁ, ସାମ୍ବା ଓ ପଠାନକୋଟରେ ପାକିସ୍ତାନର ଡ୍ରୋନକୁ ନଷ୍ଟ କରିଦେଇଥିଲା ।  ମେ ୧୦ରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ-ପାକିସ୍ତାନ ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ଘୋଷଣା କରିଥିଲେ ।

    ମେ ୧୦ରେ ଭାରତ-ପାକିସ୍ତାନ ଡିଜିଏମଓ ସ୍ତରରେ ଆଲୋଚନା ପରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା । ଏପ୍ରିଲ ୨୨ରେ ପହଲଗାମ ବୈସରନରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ୨୬ ପର୍ଯ୍ୟଟକ। ସମସ୍ତ ପୁରୁଷଙ୍କୁ ହିଁ ଟାର୍ଗେଟ କରିଥିଲେ ଆତଙ୍କବାଦୀ ।  ସ୍ବାମୀକୁ ହରାଇ ଶୋକରେ ଭାଙ୍ଗି ପଡ଼ିଥିବା ମହିଳାଙ୍କ ସିନ୍ଦୁରକୁ ସମ୍ମାନ ଜଣାଇ ଭାରତ ପକ୍ଷରୁ ଅପରେସନ ସିନ୍ଦୁର କରାଯାଇଥିଲା ।  ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ଅସଲ ମୁଖାକୁ ଖୋଲି ଦେଇଛି ଭାରତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.8 ° C
    30.8 °
    30.8 °
    38 %
    2.2kmh
    100 %
    Sat
    30 °
    Sun
    39 °
    Mon
    42 °
    Tue
    42 °
    Wed
    37 °

    ସମ୍ବନ୍ଧିତ