Saturday, June 21, 2025
26.9 C
Odisha

ଅପରେସନ ‘ସିନ୍ଦୂର’ରେ ଓଡ଼ିଆ ପୁଅ ଶଶିକାନ୍ତ, ପୁଅ ବର୍ଡରରେ ଶତ୍ରୁକୁ ନିପାତ କରୁଛି କହିଲେ ବାପା

ଆଗକୁ ପଢନ୍ତୁ

ରାଜନଗର:  ପାକିସ୍ତାନ ଉପରେ ବଦଲା ନେଇଛି ଭାରତ । ଗତକାଲି ରାତିରେ ପାକିସ୍ତାନର ୯ଟି ଆତଙ୍କୀ ଆଡା ଉପରେ ଆକ୍ରମଣ କରିଛି ଭାରତ । ଏଥିରେ ସାମିଲ ଅଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଡାଙ୍ଗମାଳ ଗାଁର ଶଶିକାନ୍ତ ବେଦି । ପହଲଗାମ ଆକ୍ରମଣ ସମୟରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ ଶଶିକାନ୍ତ । ଦୁଇବର୍ଷ ହେବ ବିଏସଏଫ ଯବାନ ଭାବେ ଜ୍ମମୁକଶ୍ମୀରରେ କାର୍ଯ୍ୟରତ ଅଛନ୍ତି । ଯାହାଙ୍କ ପାଇଁ ଆଜି ପୂରା ଗାଁ ଡାଙ୍ଗମାଳ ଗର୍ବିତ । ପୁଅ ବର୍ଡରରେ ଶତ୍ରୁକୁ ନିପାତ କରୁଛି, ନିରିହ ପର୍ଯ୍ୟଟଙ୍କ ପ୍ରତି ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଉଛି ବୋଲି ଶଶିକାନ୍ତଙ୍କ ବାପା ଗର୍ବିତ । ଶଶିକାନ୍ତଙ୍କ ବାପା ଏନେଇ କହିଛନ୍ତି ମୋ ପୁଅ ଦେଶ ପାଇଁ ଲଢୁଛି.. ଶତ୍ରୁକୁ ସଙ୍ଘାର କରୁଛି.. ସର୍ଚ୍ଚ ଅପରେସନ ପୂର୍ବରୁ ପୁଅ ସହିତ କାଲି ରାତିରେ କଥା ହୋଇଥିଲି । ସର୍ଚ୍ଚ ଅପରେସନରେ ଅଛି ବାପା ବର୍ତ୍ତମାନ ଟାଇମ୍‌ ନାହିଁ କଥା ହେବା ପାଇଁ।

ଅନ୍ୟପଟେ ଶଶିକାନ୍ତ ବେଦୀଙ୍କ ପାଇଁ ଆଜି ପୂରା ଗାଁର ଗର୍ବିତ । ଏ ନେଇ ଗ୍ରାମବାସୀ କହିଛନ୍ତି ଜାତୀୟ ଗଣମାଧ୍ୟମରେ ଯେତେବେଳେ ଶୁଣିବାକୁ ପାଇଲୁ ଶଶିକାନ୍ତ ଅପରେସନ ସିନ୍ଦୁରରେ ଆଗ ଧାଡିରେ ସାମିଲ ଅଛନ୍ତି ସେତେବେଳେ ଆମ ସମସ୍ତଙ୍କ ଛାତି କୁଣ୍ଢେ ମୋଟ ହୋଇଗଲା । ଡାଙ୍ଗମାଳ ଗାଁରେ ଭାରତୀୟ ସେନାଙ୍କର ଜୟ ଜୟକାରରେ କମ୍ପି ଉଠିଛି । ସମସ୍ତଙ୍କ ମୁହଁରେ ଭାରତୀୟ ସେନାଙ୍କର ପ୍ରଂଶସା ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
26.9 ° C
26.9 °
26.9 °
73 %
1.8kmh
97 %
Sat
27 °
Sun
34 °
Mon
33 °
Tue
31 °
Wed
28 °

ସମ୍ବନ୍ଧିତ