Monday, September 29, 2025
30.1 C
Odisha

    ଅବିକଳ ବୁର୍ଜ ଖଲିଫା ଟାୱାର ଆକଳନରେ ନିର୍ମିତ ହୋଇଛି ପୂଜା ମଣ୍ଡପ, ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ଼

    ଆଗକୁ ପଢନ୍ତୁ

    କୋଲକାତା : କୋଲକାତାର ସଲ୍ଟଲେକ୍ ଦୁର୍ଗା ପୂଜା ମଣ୍ଡପରେ ଦୁବାଇର ରୂପରେଖ ପ୍ରକଟିତ ହୋଇଛି । ଦୁବାଇର ବୁର୍ଜ ଖଲିଫା ଟାୱାର ଆକଳନରେ ନିର୍ମିତ ମଣ୍ଡପରେ ଦେବୀ ଦୁର୍ଗା ପୂଜିତା ହେଉଛନ୍ତି । ଏହି ଚମକ ପ୍ରଦ ମଣ୍ଡପରେ ଦେଖିବାକୁ ମିଳିଛି ଲୋକଙ୍କ ଭିଡ଼ । କିଏ ସେଲଫି ନେଉଛି ତ କିଏ ଏହି ସୁନ୍ଦର ମେଢର ଭିଡିଓକୁ ମୋବାଇଲରେ କଏଦ କରୁଛି ।

    ଦୁବାଇ ଆକଳନରେ ନିର୍ମିତ ଦୁର୍ଗା ପୂଜା ମଣ୍ଡପକୁ ଦେଖିବା ପାଇଁ ଭିଡ ଲାଗି ରହିଛି । ଚିତ୍ତାକର୍ଷକ ଆଲୋକ ସଜ୍ଜା ସ୍ଥାନୀୟ ଅଞ୍ଚଳକୁ କରୁଛି ଆକର୍ଷିତ । ଏହି ବୁର୍ଜ୍ ଖଲିଫାର ଉଚ୍ଚତା ୧୦୩ ହୋଇଥିବା ବେଳେ ଦୁବାଇର ବିଭିନ୍ନ ସ୍ଥାପତ୍ୟ ଏଠାରେ ନିର୍ମିତ ହୋଇଛି । ଏହା ସହିତ ଦୁବାଇ ସହ ଭାରତ ବର୍ଷର ଆତ୍ମିକ ସମ୍ପର୍କକୁ ମଧ୍ୟ ଏଠାରେ ପରିପ୍ରକାଶ କରାଯାଇଛି ।

    ଦେବୀ ଦୁର୍ଗା ଓ ଅନ୍ୟାନ୍ୟ ଦେବାଦେବୀମାନେ ସ୍ବର୍ଣ୍ଣ ଅଳଙ୍କାରରେ ଭୂଷିତା ହୋଇଛନ୍ତି । ୧୨୩ କିଲୋ ଓଜନର ସୁନାରେ ଅଳଙ୍କାର ଗୁଡ଼ିକ ନିର୍ମାଣ ହୋଇଛି । ଯାହାର ମୂଲ୍ୟ ୧୨୧ କୋଟି ଟଙ୍କା ବୋଲି ଉଦ୍ୟୋକ୍ତା ମାନେ କୁହନ୍ତି । ମହାନଗରୀରେ ଏହି ଦୁର୍ଗା ମଣ୍ଡପ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.1 ° C
    30.1 °
    30.1 °
    66 %
    2.2kmh
    87 %
    Mon
    30 °
    Tue
    29 °
    Wed
    31 °
    Thu
    29 °
    Fri
    28 °

    ସମ୍ବନ୍ଧିତ