Friday, August 7, 2026
24.3 C
Odisha

    ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତି ଗଲା ବଡ଼ ଟ୍ରେନ ଦୁର୍ଘଟଣା

    ଆଗକୁ ପଢନ୍ତୁ

    ସୋର : ଅଳ୍ପକେ ଟଳିଗଲା ଦୁର୍ଘଟଣା । ସୋର ଷ୍ଟେସନରେ ଘଟିଥାନ୍ତା ବାହାନଗା ଭଳି ଦୁର୍ଘଟଣା ।

    ସୂଚନା ମୁତାବକ, ସୋର ରେଳ ଷ୍ଟେସନରେ ହାୱଡା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ଗତ କାଲି ସଂଧ୍ୟା ୫ଟା ୩୬ ମିନିଟରେ ପହଁଞ୍ଚି ୫ଟା ୪୬ ମିନିଟରେ ଛାଡ଼ିଥାନ୍ତା । ସିଗନାଲ ଦିଆଯାଇଥିଲା । ମାତ୍ର ସେହି ସମୟରେ ହାୱଡ଼ାରୁ ପୁରୀ ଅଭିମୁଖେ ଯାଉଥିବା ଶତାଦ୍ଦୀ ଏକ୍ସପ୍ରେସ ଗ୍ରୀନ ସିଗନାଲ ପାଇ ନଥିବାରୁ ମନ୍ଥର ଗତିରେ ଆସିଥିଲା । ମାତ୍ର ଲୋକୋ ପାଇଲଟ ଅସାବଧାନତା ହେତୁ ଟ୍ରେନଟିକୁ ସୋର ଷ୍ଟେସନରୁ ଆଗକୁ ଗଡା଼ଇ ଦେଇଥିଲେ । ଫଳରେ ପୂର୍ବ ଟ୍ରେନକୁ ମିଳିଥିବା ସିଗନାଲଟି ରେଡ ଲାଇଟ ସଂକେତ ଦେଇଥିଲା । ଫଳରେ ହାଉଡା ଜନ ଶତାଦ୍ଦୀକୁ ସୋର ଷ୍ଟେସନ ଛିଡ଼ା କରାଇ ଶତାବ୍ଦୀ ଏକ୍ସପ୍ରେସକୁ ମାର୍କୋଣା ଷ୍ଟେସନରେ ଛିଡ଼ା କରାଇଥିଲେ । ମାର୍କୋଣା ଷ୍ଟେସନରେ ଟ୍ରେନ ଡ୍ରାଇଭର, ଅତିରିକ୍ତ ଡ୍ରାଇଭର ଓ ଗାର୍ଡଙ୍କୁ ଅପସାରଣ କରାଯାଇଛି । ଉଚ୍ଚ ପଦାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ୩ ଜଣ କର୍ମଚାରୀଙ୍କୁ ପଚରା ଉଚୁରା କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.3 ° C
    24.3 °
    24.3 °
    93 %
    1.4kmh
    100 %
    Fri
    24 °
    Sat
    28 °
    Sun
    30 °
    Mon
    27 °
    Tue
    31 °

    ସମ୍ବନ୍ଧିତ