Friday, April 3, 2026
33.6 C
Odisha

    ଅମ୍ବାନୀ ପରିବାରରେ ଧୂମ୍‌ଧାମରେ ପାଳିତ ହେଲା ନବରାତ୍ରି, ଦୁଇ ବୋହୂଙ୍କ ସହ ଏମିତି ନଜର ଆସିଲେ ନୀତା ଅମ୍ବାନୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ନବରାତ୍ରିରେ ଭକ୍ତିରେ ବୁଡ଼ି ରହିଥିଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପରିବାର। ଆଣ୍ଟିଲିଆକୁ ସୁନ୍ଦର ଭାବରେ ସଜା ଯାଇଥିଲା। ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ଦାଣ୍ଡିଆ ଖେଳିଥିଲେ। ନୀତା ଅମ୍ବାନୀ ଦୁଇ ବୋହୂ ରାଧିକା ଏବଂ ଶ୍ଲୋକାଙ୍କ ସହ ନଜର ଆସିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଏବେ ଚର୍ଚ୍ଚାରେ ରହିଛି।

    ନୀତା ଅମ୍ବାନୀ ଏକ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ, ଦେବୀଙ୍କ ଭକ୍ତିରେ ସେ ସମ୍ପୂର୍ଣ୍ଣ ବୁଡ଼ି ରହିଥିବା ଦେଖାଯାଇଥିଲା।ଆକାଶ ଅମ୍ବାନୀ ପୂରା ପରିବାର ସହିତ ଆରତି କରିଥିଲେ। ମୁକେଶ ଏବଂ ନୀତା ଅମ୍ବାନୀ ପୂର୍ଣ୍ଣ ରୀତିନୀତି ସହିତ ଦେବୀଙ୍କ ପୂଜା କରିଥିଲେ। ସମସ୍ତେ ପାରମ୍ପରିକ ପୋଷାକରେ ନଜର ଆସିଥିଲେ। ଅମ୍ବାନୀ ପରିବାର ସେମାନଙ୍କ ଘର ଆଣ୍ଟିଲିଆରେ ଏହି ନବରାତ୍ରି ପାଳନ କରିଥିଲେ। ନୀତା ଅମ୍ବାନୀ ଏବଂ ତାଙ୍କ ପୁତ୍ରବଧୂଙ୍କ ଲୁକ୍‌ ଅଧିକ ଚର୍ଚ୍ଚାରେ ରହିଛି। ଈଶା ଅମ୍ବାନୀ ଏକ ବଡ଼ ବିନ୍ଦି ପିନ୍ଧି ବହୁତ ସୁନ୍ଦର ଦେଖାଯାଉଥିଲେ। ସେ ତାଙ୍କ ଲେହେଙ୍ଗା ସହିତ ଏକ ଭାରୀ ହାର ମଧ୍ୟ ପିନ୍ଧିଥିଲେ। ଶ୍ଲୋକା ମେହେଟ୍ଟା ମଧ୍ୟ ଲେହେଙ୍ଗା ପିନ୍ଧିଥିଲେ। ସେ ଖୋଲା କେଶରେ ତାଙ୍କର ଲୁକ୍‌ କମ୍ପ୍ଲିଟ୍‌ କରିଥିଲେ। ସେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

    ରାଧିକା ମର୍ଚ୍ଚାଣ୍ଟ ମଧ୍ୟ ଏକ ମଲ୍ଟି କଲର ଲେହେଙ୍ଗାରେ ନଜର ଆସିଥିଲେ। ପୂଜା ପରେ ନୀତା ଅମ୍ବାନୀ, ଇଶା ଅମ୍ବାନୀ, ଶ୍ଲୋକା ମେହେଟ୍ଟା ଏବଂ ରାଧିକା ମର୍ଚ୍ଚାଣ୍ଟ ଏକାଠି ନାଚିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ