Sunday, March 29, 2026
39.1 C
Odisha

    ଅରଜିତ ସିଂଙ୍କ ସନ୍ୟାସ ନେବା ନିଷ୍ପତ୍ତି ଉପରେ ଲକି ଅଲିଙ୍କ ପ୍ରତିକ୍ରିୟା, କହିଲେ ଭିତରୁ ଭାଙ୍ଗିପଡିଥିବେ ନିଶ୍ଚୟ

    ଆଗକୁ ପଢନ୍ତୁ

    ଏ.ଆର. ରହମାନଙ୍କ ସାମ୍ପ୍ରଦାୟିକତା ଉପରେ ଦିଆଯାଇଥିବା ବୟାନ ପରେ ସିଙ୍ଗର ଅରିଜିତ ସିଂଙ୍କ ପ୍ଲେବ୍ୟାକ୍ ସିଙ୍ଗିଂରୁ ସନ୍ୟାସ ନେବାର ନିଷ୍ପତ୍ତି ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ସୃଷ୍ଟି କରିଛି । ଗତ ସପ୍ତାହରେ ଅନେକ ସିଙ୍ଗର ଅରିଜିତଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଚିନ୍ତା, ସମର୍ଥନ ଏବଂ ସେମାନଙ୍କର ଅଭିଜ୍ଞତାକୁ ପ୍ରକାଶ କରିଛନ୍ତି । ଏବେ ସିଙ୍ଗର ଲକି ଅଲି ମଧ୍ୟ ନିଜର ପ୍ରତିକ୍ରିୟା ସେୟାର କରିବା ସହ ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଏହାକୁ ଗ୍ରହଣ କରିଛନ୍ତି ।

    ପିଟିଆଇ ସହିତ କଥାବାର୍ତ୍ତା ସମୟରେ ଲକି ଅଲି କହିଛନ୍ତି ଯେ, “ଜଣେ ସଂଗୀତଜ୍ଞଙ୍କ ପରିସ୍ଥିତିକୁ ବୁଝିବା ପାଇଁ ଆପଣଙ୍କୁ ତାଙ୍କ ସ୍ଥାନରେ ଚାଲିବାକୁ ପଡିବ ।  ସେ ନିଶ୍ଚିତ ଭିତରୁ ଭାଙ୍ଗିପଡିଛନ୍ତି ବୋଲି ଏଭଳି ପଦକ୍ଷେପ ନେଇଛନ୍ତି । ଲକି ଅଲି ଅରିଜିତଙ୍କ ନିଷ୍ପତ୍ତି ସହିତ ସମ୍ପୂର୍ଣ୍ଣ ସହମତ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା କ୍ଷତି ନୁହେଁ । ସେ ନିଶ୍ଚିତ ଭାବରେ ଗୀତ ଗାଇବେ, କିନ୍ତୁ ଏବେ ନୁହେଁ ।

    ଏଥିସହିତ ନିଜ କ୍ୟାରିଅର କଥା ମନେପକାଇ ଲକି ଅଲି କହିଥିଲେ ଯେ, ‘‘କିଛି ପୁରସ୍କାର ମିଳି ନଥାଏ । ତୁମ ନିଜକୁ ପ୍ରମାଣ କରିବାକୁ ପଡ଼ିଥାଏ ଏବଂ ନିଷ୍ପତ୍ତି ଉପରେ ଭରସା ରଖିବାକୁ ହୋଇଥାଏ । ସେହି ସବୁ ବାଧାକୁ ଥରେ ପାର୍ କରିଗଲା ପରେ ତୁମ ରାସ୍ତା ହାଲକା ସଫା ହୋଇଗଲା ପରି ଲାଗିବ । ତା’ ଅର୍ଥ ଏୟା ନୁହେଁ ଯେ ତୁମ ଯାତ୍ରା ସହଜ ହୋଇଯାଇଥାଏ । କିନ୍ତୁ ସଠିକ୍ ରାସ୍ତାକୁ ବାଟ ମିଳିଯାଏ ।’’

    ଲକି ଅଲି ଅନେକ ହିଟ୍ ଗୀତ ଦେବା ପରେ ବଲିଉଡ୍ ଠାରୁ ନିଜକୁ ଦୂରେଇ ନେଇଥିଲେ। ସେ ଥରେ କହିଥିଲେ, ” ମୁଁ ଫିଲ୍ମରେ ଗୀତ ଗାଇଲି, କିନ୍ତୁ ଗୋଟେ ସମୟରେ ସେ କ’ଣ କରିବେ ବୋଲି ବୁଝିପାରିନଥିଲେ । ସେ ନିଜ ଢଙ୍ଗରେ ଗାଇବାକୁ ଚାହୁଁଥିଲେ । ହେଲେ ୨୦୧୫ ମସିହାରେ ଇଣ୍ଡଷ୍ଟ୍ରିଠାରୁ ଦୂରେଇ ରଖିଥିଲେ ।

    ସେହିପରି ନିକଟରେ ଅରଜିତ୍ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେୟାର କରିଥିଲେ ଯେ, ସେ ପ୍ଲେବ୍ୟାକ୍ ସିଙ୍ଗିଂରୁ ସନ୍ୟାସ ନେବାକୁ ଚାହୁଁଛନ୍ତି । ଯାହା ଘୋଷଣା କରିବା ପରେ ତାହା ଚର୍ଚ୍ଚା ସୃଷ୍ଟି କରିଥିଲା । ତାଙ୍କର ଏଭଳି ନିଷ୍ପତ୍ତି ପରେ ଅନେକ ସିଙ୍ଗରଙ୍କଠାରୁ ଆରମ୍ଭ କରି ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିକ୍ରିୟା ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ