Thursday, October 22, 2026
20 C
Odisha

    ଅଳ୍ପକେ ଟଳିଲା ବଡ଼ ଅଘଟଣ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫୁଟିଲା ବିଦ୍ୟୁତ ତାର

    ଆଗକୁ ପଢନ୍ତୁ

    ବାଲେଶ୍ୱର : ଢୋ ଢୋ ହୋଇ ଫୁଟିଲା ବିଦ୍ୟୁତ ତାର । ହଠାତ୍ ଜୋରଦାର ଶବ୍ଦ ସହ ବିଦ୍ୟୁତ ତାର ଫୁଟିବାରୁ ଭୟଭୀତ ହୋଇପଡ଼ିଲେ ଲୋକେ । ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପୁରୁଣା କୋଠା ଉପରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

    ସୂଚନା ଅନୁସାରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲୋକଙ୍କ ଯାତାୟାତ ଚାଲିଥିବା ସମୟରେ ହଠାତ୍ ଏକ ବିଦ୍ୟୁତ ତାର ଜୋରଦାର ଶବ୍ଦ କରିଥିଲା । ଶବ୍ଦ ଏତେ ତୀବ୍ର ଥିଲା ଯେ, କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଆସିଥିବା ଲୋକେ ଭୟରେ ଦୌଡ଼ିବାକୁ ଲାଗିଥିଲେ । ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା । ତାର ଫୁଟିବା ପରେ ସ୍ଥାନୀୟ ଅଞ୍ଚଳରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ନିଆଁକୁ ଆୟତ୍ତ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ନିଆଯାଇଥିଲା ।

    ତେବେ ବିଦ୍ୟୁତ ତାର ଫୁଟିବାର ପ୍ରକୃତ କାରଣ କ’ଣ ଏବଂ ଏଥିରେ କୌଣସି କ୍ଷୟକ୍ଷତି ହୋଇଛି କି ନାହିଁ, ସେନେଇ ଅଧିକ ତଥ୍ୟ ଜଣାପଡ଼ିନାହିଁ । ଘଟଣା ପରେ ବିଦ୍ୟୁତ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    20 ° C
    20 °
    20 °
    73 %
    1kmh
    72 %
    Thu
    29 °
    Fri
    29 °
    Sat
    28 °
    Sun
    28 °
    Mon
    25 °

    ସମ୍ବନ୍ଧିତ