Thursday, October 22, 2026
20 C
Odisha

    ମହାପ୍ରଭୁଙ୍କ ଜମି ହଡ଼ପ ଉଦ୍ୟମକୁ ବଡ଼ ଝଟ୍‌କା;ଫେରିଲା ଶ୍ରୀଜଗନ୍ନାଥଙ୍କ ନାମକୁ

    ଆଗକୁ ପଢନ୍ତୁ

    ପୁରୀ  : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହି ଜମି ହଡ଼ପ ଉଦ୍ୟମକୁ ବଡ଼ ଝଟ୍‌କା ଲାଗିଛି। ଶ୍ରୀଗୁଣ୍ଡିଚା ମନ୍ଦିରର ଶରଧା ବାଲି ନିକଟବର୍ତ୍ତୀ ମୂଲ୍ୟବାନ ଜମିକୁ ନେଇ ରାଜସ୍ୱ ପରିଷଦ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ରାୟ ପରେ ଜମିଟି ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମକୁ ଫେରିଛି।

    ସୂଚନା ଅନୁଯାୟୀ, ଶ୍ରୀଗୁଣ୍ଡିଚା ମନ୍ଦିର ଶରଧା ବାଲି ନିକଟରେ ଥିବା ଏହି ମୂଲ୍ୟବାନ ଜମି ଅମୃତ ମଣୋହି ଭାବେ ରେକର୍ଡଭୁକ୍ତ ଥିଲା। ତେବେ ୨୦୦୨ ମସିହାରେ ଏହି ଜମିର ରେକର୍ଡକୁ ବ୍ୟକ୍ତିଗତ ନାମରେ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ଜମିର ମାଲିକାନାକୁ ନେଇ ବିବାଦ ଉପୁଜିଥିଲା।

    ମାମଲାର ବିଚାର କରି ରାଜସ୍ୱ ପରିଷଦ ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ଆଇନ, ୧୯୫୮ର ଧାରା ୩୨ ଅନୁସାରେ ରାୟ ପ୍ରଦାନ କରିଛନ୍ତି। ରାୟରେ ଜମିର ରେକର୍ଡକୁ ସଂଶୋଧନ କରାଯାଇ ଏହାକୁ ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ କରାଯିବାର ପଥ ସ୍ପଷ୍ଟ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    20 ° C
    20 °
    20 °
    73 %
    1kmh
    72 %
    Thu
    29 °
    Fri
    29 °
    Sat
    28 °
    Sun
    28 °
    Mon
    25 °

    ସମ୍ବନ୍ଧିତ