Friday, April 3, 2026
39.1 C
Odisha

    ଅଷ୍ଟ୍ରେଲିଆନ୍ ଓପନ୍ ଜିତିଲେ ୟାନିକ ସିନର

    ଆଗକୁ ପଢନ୍ତୁ

    ସିଡନି : ଅଷ୍ଟ୍ରେଲିଆନ୍ ଓପନ୍ ୨୦୨୫ର ପୁରୁଷ ଫାଇନାଲ୍ ମ୍ୟାଚ୍ ବିଶ୍ୱ ମାନ୍ୟତାର ଶୀର୍ଷରେ ଥିବା ୟାନିକ୍ ସିନର୍ ଏବଂ ଜର୍ମାନୀର ଆଲେକ୍ଜାଣ୍ଡର ଜେଭେରେଭଙ୍କ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ୟାନିକ୍ ସିନର ଜିତିବା ସହ ନିଜ ଟାଇଟଲକୁ ବଜାୟ ରଖିବାରେ ସଫଳ ହୋଇଛନ୍ତି।ଅଷ୍ଟ୍ରେଲିଆନ୍ ଓପନରେ ଗତ ଦୁଇ ସପ୍ତାହ ଧରି ୟାନିକ ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଥିଲେ। କିନ୍ତୁ ଏହା ତାଙ୍କ ଖେଳକୁ ପ୍ରଭାବିତ କରିନଥିଲା। ଏହା ସହ ସେ କ୍ରମାଗତ ଦ୍ବିତୀୟ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତିବାରେ ସଫଳ ହୋଇଛନ୍ତି।ଅଷ୍ଟ୍ରେଲିଆନ୍ ଓପନରେ ଗତ ଦୁଇ ସପ୍ତାହ ଧରି ୟାନିକ ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଥିଲେ। କିନ୍ତୁ ଏହା ତାଙ୍କ ଖେଳକୁ ପ୍ରଭାବିତ କରିନଥିଲା। ଏହା ସହ ସେ କ୍ରମାଗତ ଦ୍ବିତୀୟ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତିବାରେ ସଫଳ ହୋଇଛନ୍ତି।

    ଏହି ମ୍ୟାଚରେ ୟାନିକ୍ ସିନର ଆଲେକଜାଣ୍ଡର ଜେଭେରେଭଙ୍କୁ ସିଧାସଳଖ ସେଟ୍ ରେ ପରାସ୍ତ କରିଥିଲେ। ୟାନିକ୍ ସିନର୍ ୬-୩, ୭-୬(୪), ୬-୩ରେ ମ୍ୟାଚ୍ ଜିତିଥିଲେ। ଦୁଇ ଖେଳାଳିଙ୍କ ମଧ୍ୟରେ ଏହି ମ୍ୟାଚ୍ ୨ ଘଣ୍ଟା ୪୨ ମିନିଟ୍ ଧରି ଚାଲିଥିଲା। ଆପଣଙ୍କୁ କହିରଖୁଛୁ, ୟାନିକ୍ ସିନର ଗତ ୧୩ ମାସ ମଧ୍ୟରେ ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି । ଏହା ପୂର୍ବରୁ ସେ ୟୁଏସ୍ ଓପନ୍ ୨୦୨୪ ଏବଂ ଶେଷ ଅଷ୍ଟ୍ରେଲିଆନ୍ ଓପନ୍ ୨୦୨୪ ମଧ୍ୟ ଜିତିଥିଲେ। ଅନ୍ୟପକ୍ଷରେ ବିଶ୍ୱର ୨ ନମ୍ବର ଖେଳାଳି ଆଲେକଜାଣ୍ଡର ଜେଭେରେଭ୍ ପୁଣି ଥରେ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିବାରୁ ବଞ୍ଚିତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ