Wednesday, October 14, 2026
26.2 C
Odisha

    ଜାନୁଆରି ୨୭ରୁ ଆରମ୍ଭ ହେବ ଡାଇରେକ୍ଟ-ଟୁ-ସେଲ୍ ଫୋନ୍ ସେବାର ପରୀକ୍ଷା

    ଆଗକୁ ପଢନ୍ତୁ

    ଏଲନ୍‌ ମସ୍କଙ୍କ ଉପଗ୍ରହ ଇଣ୍ଟରନେଟ୍ ସେବା କମ୍ପାନି ‘ଷ୍ଟାରଲିଙ୍କ୍’ ଏହି ନାମରୁ ହିଁ ଆପଣମାନେ ଜାଣିପାରୁଥିବେ ଏହା ଏକ ଉପଗ୍ରହ ସେବା। ଏଥିପାଇଁ କୌଣସି ମୋବାଇଲ୍ ଟାୱାରର ଆବଶ୍ୟକତା ରହିବ ନାହିଁ। ଏହା ଦେଶର ଦୁର୍ଗମ ଅଞ୍ଚଳକୁ ସହଜରେ ଇଣ୍ଟରନେଟ୍ ଯୋଗାଇବାରେ ସାହାଯ୍ୟ କରିବ। ଏଥିପାଇଁ ଜାନୁଆରି ୨୭ରେ ଡାଇରେକ୍ଟ-ଟୁ-ସେଲ୍ ଫୋନ୍ ସେବାର ବିଟା ପରୀକ୍ଷା ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଏଲନ୍‌ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏସ୍କ’ରେ ଘୋଷଣା କରିଛନ୍ତି।ଷ୍ଟାରଲିଙ୍କ୍’ର ଏହି ସେବା ଉପଭୋକ୍ତାଙ୍କୁ ସିଧାସଳଖ ମହାକାଶରୁ ଟେଲିକମ୍ ସେବା ଯୋଗାଇବ। ବର୍ତ୍ତମାନ, ଏହି ସେବାର ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏହି ସେବା ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ପାଇଁ ବହୁତ ଭଲ ସାହାଯ୍ୟ କରିବ। ଏଥିସହ ମୋବାଇଲ୍ ସଂଯୋଗ କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ ହେବ। କାରଣ ଏହି ସେବା ଆରମ୍ଭ ହେବାପରେ ଭୂମିରେ ଅବସ୍ଥିତ ସେଲ୍ ଟାୱାର୍ ଉପରେ ନିର୍ଭର କରିବା କମିଯିବ ଏବଂ ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିବ।ପ୍ରତ୍ୟେକ ସ୍ଥାନରେ ଟାୱାର୍ ରହିବା ସମ୍ଭବ ନୁହେଁ, ଯେଉଁ କାରଣରୁ ଦୁର୍ଗମ ଅଞ୍ଚଳର ଉପଭୋକ୍ତାମାନେ କ୍ରମାଗତ ଭାବରେ ଇଣ୍ଟରନେଟ୍‌ ସଂଯୋଗ ସମସ୍ୟାକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।  ‘ଷ୍ଟାରଲିଙ୍କ୍’ ଏହାର ସେବାପାଇଁ ଏକ ୱାଇ-ଫାଇ ରାଉଟର, ବିଦ୍ୟୁତ୍ ଯୋଗାଣ, କେବୁଲ୍ ଏବଂ ଏକ ମାଉଣ୍ଟିଂ ଟ୍ରାଇପଡ଼ ଦେଇଥାଏ। ଏହି ରାଉଟର ସିଧା ଉପଗ୍ରହ ସହିତ ସଂଯୁକ୍ତ ହୁଏ। ସରଳ ଭାଷାରେ କହିବାକୁ ଗଲେ, ‘ଷ୍ଟାରଲିଙ୍କ୍’ର ଏହି ସେବାକୁ ମହାକାଶରେ ଉପସ୍ଥିତ ଥିବା ଏକ ସେଲ୍ ଟାୱାର୍ ମଧ୍ୟ କହିପାରିବା। ‘ଷ୍ଟାରଲିଙ୍କ୍’ର ଉପଗ୍ରହ ଇଣ୍ଟରନେଟ୍ ସେବା ପୂର୍ବରୁ ରହିଅଛି। ୟୁକ୍ରେନ-ରୁଷ ଯୁଦ୍ଧ ସମୟରେ ଏହାର ବ୍ୟବହାର ୟୁକ୍ରେନରେ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ