Thursday, February 12, 2026
31.4 C
Odisha

    ଆଇନ କଲେଜରେ ଆଇନ ଛାତ୍ରୀଙ୍କୁ ଗୁଳିମାଡ଼, ଜଣେ ମୃତ

    ଆଗକୁ ପଢନ୍ତୁ

    ପଞ୍ଜାବ : ଆଇନ କଲେଜରେ କ୍ରାଇମ । ପଞ୍ଜାବ ତରନତାରନ ଜିଲ୍ଳାର ଉସମା ଆଇନ କଲେଜରେ ଗୁଳିକାଣ୍ଡ । କ୍ଲାସରୁମ୍ ଭିତରେ ସହପାଠୀ ଛାତ୍ରୀଙ୍କୁ ଗୁଳିମାଡ଼ । ସହପାଠୀ ଛାତ୍ରର ଗୁଳିମାଡ଼ରେ ଜଣେ ଛାତ୍ରୀ ମୃତ । ଗୁଳିମାଡ଼ ପରେ ଅଭିଯୁକ୍ତ ନିଜକୁ ଗୁଳି କରି ଜୀବନ ଶେଷ କରିବାକୁ ଉଦ୍ୟମ କରିଥିଲେ । ଅଭିଯୁକ୍ତ ଛାତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛି ।

    ଗୁଳି କରିଥିବା ଛାତ୍ରର ନାଁ ପ୍ରିନ୍ସ ରାଜ । ମୃତ ଛାତ୍ରୀଙ୍କ ନାଁ ସଂଦୀପ କୌର । କ୍ଲାସରୁମ ଭିତରରେ ସିସିଟିଭି କ୍ୟାମେରାରେ କଏଦ ହୋଇଛି ଗୁଳିକାଣ୍ଡର ଦୃଶ୍ୟ । ଅଭିଯୁକ୍ତ ପ୍ରିନ୍ସ ରାଜ ସହପାଠିନୀ କୌର ଏବଂ ଅନ୍ୟ ଜଣେ ଛାତ୍ରୀଙ୍କ ସହ କଥାବାର୍ତ୍ତା ହୋଇ ଚାଲିଚାଲି ଆସିବା ପରେ କ୍ଲାସରୁମ ଭିତରେ ନିଜନିଜର ସିଟରେ ବସିଥିଲା । କିଛି ସମୟ ପରେ ହଠାତ ପ୍ରିନ୍ସ ନିଜ ସିଟ୍ ରୁ ସଂଦୀପ କୌରଙ୍କୁ ଗୁଳି କରିଥିଲା । ପଏଣ୍ଟ ବ୍ଲାଙ୍କରୁ ଗୁଳି କରିଥିଲା । ପରେ ନିଜେ ନିଜକୁ ଗୁଳି କରିଥିଲେ । ଘଟଣା ସ୍ଥଳରେ ଟଳି ପଡ଼ିଥିଲେ କୌର । ପ୍ରିନ୍ସକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । କ୍ଲାସ୍ ରୁମ ଭିତରେ ଏହି ଘଟଣା ପରେ ଅନ୍ୟ ଛାତ୍ରଛାତ୍ରୀମାନେ ଦୌଡ଼ି ପଳାଉଥିବାର ଦେଖିବାକୁ ମିଳିଥିଲା । ପ୍ରିନ୍ସ କାହିଁକି ଏଭଳି କାଣ୍ଡ କଲା ସେ ନେଇ ସ୍ପଷ୍ଟ ହୋଇନି । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଂଚ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.4 ° C
    31.4 °
    31.4 °
    17 %
    2.3kmh
    0 %
    Thu
    30 °
    Fri
    32 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ