Monday, March 30, 2026
33.2 C
Odisha

    ଆଇପିଏଲକୁ ଫେରିବେ ଯୁବରାଜ ସିଂହ!

    ଆଗକୁ ପଢନ୍ତୁ

    ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ଗୁଜରାଟ ଟାଇଟାନ୍ସର ମୁଖ୍ୟ ପ୍ରଶିକ୍ଷକ ଆଶିଷ ନେହେରା ଏବଂ କ୍ରିକେଟ୍ ନିର୍ଦ୍ଦେଶକ ବିକ୍ରମ ସୋଲାଙ୍କି ଫ୍ରାଞ୍ଚାଇଜି ଛାଡ଼ିପାରନ୍ତି। ଏବେ ଏକ ମିଡିଆ ରିପୋର୍ଟରୁ ଜଣାପଡିଛି ଯେ ଯୁବରାଜ ସିଂହଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଏକ ବିକଳ୍ପ ଭାବରେ ଦେଖାଯାଉଛି। ଯଦିଓ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତତା ମିଳିନାହିଁ, କିନ୍ତୁ ଦଳର ମେଣ୍ଟର ଗ୍ୟାରୀ କର୍ଷ୍ଟନ ତାଙ୍କ ପଦ ଛାଡିବା ପରେ ଜିଟିରେ ପରିବର୍ତ୍ତନ ଆରମ୍ଭ ହୋଇଛି। ସ୍ପୋର୍ଟସ୍ ୧୮ ଅନୁଯାୟୀ ଗୁଜରାଟ ଟାଇଟାନ୍ସ ଭିତରେ ଅନେକ ପରିବର୍ତ୍ତନ ସମ୍ଭବ।ଆଶିଷ ନେହେରା ଏବଂ ବିକ୍ରମ ସୋଲାଙ୍କି ବୋଧହୁଏ ଦଳ ଛାଡିବାକୁ ଯାଉଛନ୍ତି ଏବଂ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଯୁବରାଜ ସିଂହଙ୍କ ନାମକୁ ନେଇ ଚର୍ଚ୍ଚା ଯୋର ଧରିଛି। ଯଦିଓ ଏନେଇ କୌଣସି ସୂଚନା ମିଳିନାହିଁ, ତଥାପି ଗୁଜରାଟ ଟାଇଟାନ୍ସର କୋଚିଂ ଷ୍ଟାଫରେ ଅନେକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଜିଟିର ବର୍ତ୍ତମାନର କୋଚିଂ ଷ୍ଟାଫ୍ ରେ ଆଶିଷ କପୁର, ନଇମ୍ ଅମିନ, ନରେନ୍ଦ୍ର ନେଗି ଏବଂ ମିଥୁନ ମନହାସ ମଧ୍ୟ ଅଛନ୍ତି, କିନ୍ତୁ ରିପୋର୍ଟ ଅନୁଯାୟୀ, ସେମାନେ ସମସ୍ତେ ନୂତନ ସୁଯୋଗ ଖୋଜିବା ଆରମ୍ଭ କରିଛନ୍ତି। ଏହାବ୍ୟତୀତ ଆଇପିଏଲ୍ ୨୦୨୫ ଆରମ୍ଭ ହେବା ପୂର୍ବରୁ ଆଦାନୀ ଗ୍ରୁପ୍ ଗୁଜରାଟ ଟାଇଟାନ୍ସର ସେୟାର୍ କିଣିପାରେ ବୋଲି ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ