Sunday, February 1, 2026
17.5 C
Odisha

    ଆଇସିସି ସମ୍ପର୍କିତ ରିପୋର୍ଟ ନ ଦେଲେ ଦରମା ବନ୍ଦ, କଟକ ଜିଲ୍ଲାର ୨୧୦ଟି ମହାବିଦ୍ୟାଳୟକୁ ନୋଟିସ

    ଆଗକୁ ପଢନ୍ତୁ

    କଟକ : ଆଇସିସି ବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସମ୍ପର୍କିତ ରିପୋର୍ଟ ନ ଦେଲେ ଦରମା ବନ୍ଦ । ମହାବିଦ୍ୟାଳୟକୁ ତାଗିଦ କଲା ପ୍ରଶାସନ । ଆଭ୍ୟନ୍ତରୀଣ ଅଭିଯୋଗ କମିଟି ରିପୋର୍ଟ ନ ଦେଲେ ବନ୍ଦ ହେବ ଦରମା । ଜିଲ୍ଲାର ୨୧୦ କଲେଜକୁ ଜାରି କରାଯାଇଛି ନୋଟିସ । କଟକ ଜିଲ୍ଲାର ୨୧୦ଟି ମହାବିଦ୍ୟାଳୟକୁ ନୋଟିସ ଜାରି କରିବା ପରେ ମଧ୍ୟ ମିଳିଲା ନାହିଁ ଉତ୍ତର । ୨୧୦ ରୁ ମାତ୍ର କିଛି ହାତ ଗଣତି ମହାବିଦ୍ୟାଳୟ ଏ ସମ୍ପର୍କିତ ଉତ୍ତର ରଖିଥିବା ବେଳେ, ଅଧିକାଂଶ କଲେଜ୍ ରଖି ନାହାନ୍ତି ଉତ୍ତର । ଏ ନେଇ ତାଗିଦ କରିଛି ଜିଲ୍ଲା ପ୍ରଶାସନ ।

    ସୂଚନାଯୋଗ୍ୟ, ବାଲେଶ୍ବର ଏଫଏମ କଲେଜର ପୀଡିତା ଛାତ୍ରୀଙ୍କ ଜୀବନ ହାରିବା ପରେ କଲେଜ ଗୁଡିକରେ ଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି କେତେ କାର୍ଯ୍ୟକ୍ଷମ ରହିଛି, ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ଏଫଏମ କଲେଜର ପୀଡିତା ଛାତ୍ରୀ ICCରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥାକୁ ଗୁରୁତର ସହ ନିଆ ଯାଇନଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.5 ° C
    17.5 °
    17.5 °
    88 %
    2.3kmh
    54 %
    Sat
    17 °
    Sun
    30 °
    Mon
    31 °
    Tue
    31 °
    Wed
    33 °

    ସମ୍ବନ୍ଧିତ