Sunday, June 8, 2025
31.5 C
Odisha

    ଆଇସ୍‌କ୍ରିମ୍‌ ଖାଇବା ପରେ ଭୁଲରେ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ

    ଆଗକୁ ପଢନ୍ତୁ

    ଖରାଦିନେ ଲୋକମାନେ ଥଣ୍ଡା ପାନୀୟ, ଫଳ ରସ, ଲସି ଏବଂ ଆଇସକ୍ରିମ୍‌ ଭଳି ଜିନିଷ ଖାଇବାକୁ ପସନ୍ଦ କରନ୍ତି । ହେଲେ ଏସବୁ ମଧ୍ୟରୁ ଅଧିକାଂଶ ଲୋକ ପ୍ରଥମ ପସନ୍ଦ ହୋଇଥାଏ ଆଇସକ୍ରିମ୍ । ଛୁଆ ଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଆଇସକ୍ରିମ୍ ଖାଇବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆଇସକ୍ରିମ୍ ଖାଇବା ପରେ କିଛି ଜିନିଷ ଭୁଲରେ ବି ଖାଇବା ଉଚିତ୍ ନୁହେଁ? ନଚେତ ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା ଆଇସକ୍ରିମ୍ ଖାଇବା ପରେ କେଉଁ ସବୁ ଜିନିଷ ଖାଇବା ଉଚିତ୍ ନୁହେଁ ।

    ଯେପରିକି ଆଇସକ୍ରିମ୍ ଖାଇବା ପରେ ଆପଣ ଥଣ୍ଡା ପାଣି ପିଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହା କରିବା ଦ୍ୱାରା ଆପଣ ପେଟ ଯନ୍ତ୍ରଣା, ଗ୍ୟାସ୍, ଏସିଡିଟି ଇତ୍ୟାଦି ସମସ୍ୟାର ସାମ୍ନା କରିପାରନ୍ତି ।

    ଏହା ବ୍ୟତୀତ ଆଇସକ୍ରିମ୍ ଖାଇବା ପରେ ଗରମ ଖାଦ୍ୟ ଖାଆନ୍ତୁ ନାହିଁ । ଯେପରିକି ଚା, କଫି, ସୁପ୍, ଗ୍ରୀନ୍ ଟି ଇତ୍ୟାଦି । ଥଣ୍ଡା ପରେ ତୁରନ୍ତ କିଛି ଗରମ ଖାଇବା ଦ୍ୱାରା ଆପଣଙ୍କ ଦାନ୍ତ ଉପରେ ଖରାପ ପ୍ରଭାବ ପଡିପାରେ ।

    କେବଳ ଏତିକି ନୁହେଁ ଅନେକ ଲୋକ ଆଇସକ୍ରିମ୍ ଖାଇବା ପରେ କମଳା, ଲେମ୍ବୁ, ଅଙ୍ଗୁର ପରି ଫଳ ଖାଇଥା’ନ୍ତି ଯାହା ଶରୀର ପାଇଁ ଅତ୍ୟନ୍ତ ବିପଦଜନକ ହୋଇପାରେ ।

    ଆଇସକ୍ରିମ ଖାଇବା ପରେ ଭୁଲରେ ମଧ୍ୟ ମଦ୍ୟପାନ କରିବା ଉଚିତ୍ ନୁହେଁ । ଏହା ବାନ୍ତି, ଝାଡ଼ା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି କରିପାରେ ।

    ଆଇସକ୍ରିମ୍ ଖାଇବା ପରେ ଆପଣ ମଟନ୍, ବଟର, ଘିଅ ଜାତୀୟ ଖାଦ୍ୟ, ବିରିୟାନି, ଚାଇନିଜ୍ ଫୁଡ୍‌, ଜଙ୍କ ଫୁଡ୍ ଇତ୍ୟାଦି ଭାରି ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

    ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ ଅତ୍ୟଧିକ ଆଇସକ୍ରିମ୍ ଖାଇବା ଉଚିତ୍ ନୁହେଁ କାରଣ ଏହା ଆମ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ ।

    ଆଇସକ୍ରିମ୍ ଖାଇବା ପରେ ଅତି କମରେ ୪୦ ମିନିଟ୍ ପର୍ଯ୍ୟନ୍ତ କିଛି ନ ଖାଇବାକୁ ଚେଷ୍ଟା କରନ୍ତୁ ।

    ଆଇସକ୍ରିମ୍ କିଛି ଲୋକଙ୍କୁ କ୍ଷତି ପହଞ୍ଚାଇପାରେ ଯଦି ଆପଣଙ୍କୁ ଏଥିରେ ଆଲର୍ଜି ରହିଛି, ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.5 ° C
    31.5 °
    31.5 °
    43 %
    0.8kmh
    23 %
    Sun
    39 °
    Mon
    42 °
    Tue
    41 °
    Wed
    38 °
    Thu
    35 °

    ସମ୍ବନ୍ଧିତ