Friday, October 24, 2025
29.2 C
Odisha

    ଆଉ ନାହାଁନ୍ତି ବିଜ୍ଞାପନ ଜଗତର ଗୁରୁ ପିୟୁଷ ପାଣ୍ଡେ

    ଆଗକୁ ପଢନ୍ତୁ

    ଭାରତୀୟ ବିଜ୍ଞାପନ ଜଗତର ପିୟୁଷ ପାଣ୍ଡେଙ୍କର ଦେହାନ୍ତ ହୋଇଛି । ୭୦ ବର୍ଷ ବୟସରେ ଗତକାଲି ତାଙ୍କର ପରଲୋକ ଘଟିଛି । ପାଣ୍ଡେ କେବଳ ଜଣେ ବିଜ୍ଞାପନ ବିଶେଷଜ୍ଞ ନଥିଲେ ବରଂ ସେ ଜଣେ କାହାଣୀକାର ଥିଲେ । ଯିଏ କି ତାଙ୍କ ବିଜ୍ଞାପନ ମାଧ୍ୟମରେ ନିଜ ଭାଷାର ଉପସ୍ଥାପନ କରୁଥିଲେ, ଯାହା ବିଜ୍ଞାପନକୁ ଜୀବନ୍ତ କରିଦେଉଥିଲା । ଏହାରି ମଧ୍ୟରେ ତାଙ୍କ ଭଉଣୀ ଇଲା କହିଛନ୍ତି ଯେ,‘‘ଆଜି ସକାଳେ ମୋ ଭାଇଙ୍କର ଦେହାନ୍ତ ହୋଇଛି । ଯାହା ଅତ୍ୟନ୍ତ ଦୁଃଖଦାୟକ । ’’

    ଯଦି ତାଙ୍କ କ୍ୟାରିୟର କଥା କୁହାଯାଏ ତେବେ ସେ ପୂର୍ବରୁ ରାଜସ୍ଥାନର ରଣଜୀ ଟ୍ରଫି ଟିମର ଜଣେ କ୍ରିକେଟର ଥିଲେ । ଏହା ସହିତ ଜଣେ ଟି ଟେଷ୍ଟର ମଧ୍ୟ ଥିଲେ । ସେ ୧୯୮୦ ଦଶକରେ ଓଗିଲଭି ଇଣ୍ଡିଆରେ ସାମିଲ ହୋଇଥିଲେ । ଯାହାକୁ ସେ ଏସିଆର ସବୁଠାରୁ ବଡ଼ ଏଜେନ୍ସି ଭାବେ ପରିଣତ କରିଥିଲେ । ଚାରି ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ କ୍ୟାରିୟରରେ ସେ ଏପରି ବିଜ୍ଞାପନ ସୃଷ୍ଟି କରିଥିଲେ । ଯାହା ସାଧାରଣ ଲୋକଙ୍କ ଭାବନା ସହିତ ଖୁବ୍ ଜଡିତ । ଯେପରିକି ଏସିଆନ୍ ପେଣ୍ଟସର ‘‘ହର ଖୁସି ମେ ରଙ୍ଗ ଲାୟେ’’, କ୍ୟାଡବରିର ‘‘ କୁଛ ଖାସ୍ ହୈ’’ ସମେତ ଅନ୍ୟାନ୍ୟ ଆଡଭରଟାଇଜ ଲୋକଙ୍କ ମନରେ ଗୋଟିଏ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଏହା ବ୍ୟତୀତ ସେ ୨୦୨୪ ମସିହାରେ ପଦ୍ମଶ୍ରୀ, ଅନେକ କାନ୍ସ ଲାୟନ୍ସ ଏବଂ LIA ଲିଜେଣ୍ଡ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.2 ° C
    29.2 °
    29.2 °
    61 %
    1.8kmh
    23 %
    Fri
    28 °
    Sat
    30 °
    Sun
    30 °
    Mon
    29 °
    Tue
    24 °

    ସମ୍ବନ୍ଧିତ