Friday, January 16, 2026
19.4 C
Odisha

    ଆଉ ନାହାନ୍ତି ଯାତ୍ରା ଖଳନାୟକ ନରେନ୍ଦ୍ର ଦାସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ ହୋଇଛି । ଯାତ୍ରା ଅଷ୍ଟଶମ୍ଭୁ ଖଳନାୟକ ନରୀ ଭାଇ ଭାବେ ବେଶ ପରିଚିତ ଅଭିନେତା ଆଉ ନାହାଁନ୍ତି । କେନ୍ଦୁମୁଣ୍ଡା ସିନାପାଲି ନୂଆପଡାରେ ତାଙ୍କ ପାଟି ଆଜି ପଡିଥିଲା । ଆଜିର ନାଟକ ଥିଲା ଦଇବ ଦଉଡି ମଣିଷ ଗାଇ । ଆଜି ସକାଳୁ ନରେନ୍ଦ୍ରଙ୍କ ଛାତିରେ ହଠାତ୍‌ ଯନ୍ତ୍ରଣା ଅନୁଭବ ହେବାରୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ । ହେଲେ ପୁନଃ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତେବେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

    ନରେନ୍ଦ୍ର ଦାସଙ୍କ ଘର ଜଗତସିଂହପୁର ଜିଲ୍ଲା ଡିହସାହିରେ । ଚଳିତ ବର୍ଷ ସେ ଅଷ୍ଟଶମ୍ଭୁ ଅପେରାରେ ଖଳାନାୟକ ଭାବେ ଯୋଗ ଦେଇଥିଲେ । ପୂର୍ବରୁ ସେ ଅନ୍ୟ ଲୋକପ୍ରିୟ ଗଣନାଟ୍ୟରେ କାମ କରିଛନ୍ତି । ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.4 ° C
    19.4 °
    19.4 °
    30 %
    0.8kmh
    3 %
    Fri
    28 °
    Sat
    29 °
    Sun
    30 °
    Mon
    31 °
    Tue
    32 °

    ସମ୍ବନ୍ଧିତ