Saturday, December 20, 2025
18.6 C
Odisha

    ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଏବେ ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ ରହିଛି । କିଛି ଦିନ ମଧ୍ୟରେ ସଂପୂର୍ଣ୍ଣ ରାଜ୍ୟକୁ ଛୁଇଁବ ମୌସୁମୀ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଆଜି କଟକ, ଖୋର୍ଦ୍ଧା, ନୟାଗଡ଼ ସହ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

    ସେହିପରି ଆସନ୍ତାକାଲି ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ସହ ରାୟଗଡ଼ା, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଆଶଙ୍କା ରହିଛି । ଏହାସହ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଝଟକା ପବନ ବୋହିବା ନେଇ ପୂର୍ବାନୁମାନ ହୋଇଛି । ଆସନ୍ତା ୩ଦିନ ଯାଏଁ ଦିନର ସର୍ବୋଚ୍ଚ ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ କମିବା ନେଇ ଆକଳନ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.6 ° C
    18.6 °
    18.6 °
    43 %
    0.8kmh
    0 %
    Sat
    26 °
    Sun
    27 °
    Mon
    27 °
    Tue
    28 °
    Wed
    28 °

    ସମ୍ବନ୍ଧିତ