Monday, October 19, 2026
21.9 C
Odisha

    ଆଜିଠୁ ଆଇପିଏଲରେ ଆହୁରି ବଢ଼ିବ ରୋମାଞ୍ଚ, ଫାଇନାଲ୍ ଟିକେଟ୍ ପାଇଁ ଟକ୍କର୍

    ଆଗକୁ ପଢନ୍ତୁ

    ଆଜିଠୁ ଆଇପିଏଲରେ ଆହୁରି ବଢ଼ିବ ରୋମାଞ୍ଚ । ଫାଇନାଲ୍ ଟିକେଟ୍ ପାଇଁ ଟକ୍କର୍। ଆଜି ଧର୍ମଶାଳାରେ ମୁହାଁମୁହିଁ ହେବେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ । ସିଧାସଳଖ ଫାଇନାଲ ଟିକେଟ ହାସଲ ଲାଗି ପ୍ରଥମ କ୍ବାଲିଫାୟରରେ ପରସ୍ପର ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ଲେ’ ଅଫ୍ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେଉଛି। ପଏଣ୍ଟ୍ ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଥିବା ଆର୍ ସିବି ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଆଜିର ମ୍ୟାଚରେ ବଡ଼ ଟକ୍କର ଲାଗି ଉଭୟ ଦଳର ପ୍ରଶଂସକ ବି ବେଶ୍ ଉଲ୍ଲସିତ ଅଛନ୍ତି। ଉଭୟ ଦଳ ପରସ୍ପର ବିପକ୍ଷରେ ସମାନ ୪ଟି ଲେଖାଏଁ ମ୍ୟାଚ୍ ଜିତିଥିବାରୁ ଏହି ଲଢ଼େଇ ବେଶ୍ ରୋମାଞ୍ଚକ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

    ଗୁଜରାଟ ଓ ଆର୍ ସିବି ପ୍ରଥମ ଥର ପ୍ଲେ’ ଅଫ୍ ରେ ଭେଟାଭେଟି ହେଉଛନ୍ତି। ଚଳିତ ଋତୁରେ ବି ଉଭୟ ଦଳ ପରସ୍ପର ବିପକ୍ଷରେ ଖେଳିଥିବା ଦୁଇଟି ମ୍ୟାଚ୍ ରୁ ଗୋଟିଏ ଲେଖାଏଁ ଜିତିଛନ୍ତି। ଦୁଇଟି ଯାକ ଦଳ ଲିଗ୍ ପର୍ଯାୟରେ ୯ଟି ଲେଖାଏଁ ମ୍ୟାଚ୍ ଜିତିଥିଲେ ମଧ୍ୟ ନେଟ୍ ରନ୍ ରେଟ୍ ରେ ସାମାନ୍ୟ ଆଗୁଆ ରହି ଆର୍ ସିବି ତାଲିକାର ପ୍ରଥମ ସ୍ଥାନରେ ରହିଛି। ଆର୍ ସିବି ଲଗାତାର ଦ୍ବିତୀୟ ଥର ଲାଗି ଫାଇନାଲ୍ ଖେଳିବା ଆଶାରେ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ