Wednesday, July 30, 2025
25.4 C
Odisha

    ଆଜିଠୁ ଡ୍ରାଇଭର ମହାସଂଘର ଆନ୍ଦୋଳନ, ଚକ-ଅଖ ସବୁ ଜାମ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜିଠୁ ଡ୍ରାଇଭର ମହାସଂଘର ଆନ୍ଦୋଳନ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ଡ୍ରାଇଭର ମହାସଂଘ । ଏନେଇ ସୂଚନା ଦେଇଛନ୍ତି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ଏହି ଆନ୍ଦୋଳନ ବେଳେ ଜରୁରୀ ସେବା ଛାଡି ଅନ୍ୟ ସବୁ ସେବା ବନ୍ଦ ରହିବ । ୭ ଦଫା ଦାବି ନେଇ ଡ଼୍ରାଇଭର ସଂଘ ଆନ୍ଦୋଳନକୁ ଓହ୍ଲାଇବ ।

    କ’ଣ ରହିଛି ଡ୍ରାଇଭର ମହାସଂଘର ଦାବି ।

    ୧- ଗାଡ଼ି ଚାଳକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଅଣାଯାଉ ।
    ୨-୬୦ ବର୍ଷ ବୟସ ପରେ ଡ୍ରାଇଭରଙ୍କୁ ପେନସନ ଦିଆଯାଉ ।
    ୩-ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଓ ୱାର୍କର୍ସ ୱେଲଫେୟାର ବୋର୍ଡରେ ଅଟୋ ଚାଳକଙ୍କୁ ସାମିଲ କରାଯାଉ ।
    ୪- ଗାଡ଼ି ପାର୍କିଂ ଓ ଚାଳକଙ୍କ ବିଶ୍ରାମ ପାଇଁ ପ୍ରତି ୧୦୦ କିମି. ବ୍ୟବଧାନରେ ପାର୍କିଂସ୍ଥଳୀ ସହ ବିଶ୍ରାମଗୃହ କରାଯାଉ ।
    ୫-ଓଡ଼ିଶାର ଖଣି ଖାଦାନରେ ଓଡ଼ିଶାର ୭୦ ପ୍ରତିଶତ ଚାଳକଙ୍କୁ କାମ କରିବାକୁ ସୁଯୋଗ ମିଳୁ ।
    ୬-ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    81 %
    3.5kmh
    99 %
    Wed
    29 °
    Thu
    31 °
    Fri
    31 °
    Sat
    31 °
    Sun
    32 °

    ସମ୍ବନ୍ଧିତ