Saturday, June 7, 2025
27.4 C
Odisha

    ଆଜିଠୁ ୩ ଦିନ କାଳବୈଶାଖୀ ସମ୍ଭାବନା !,

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :  ତାତିରେ ଲାଗିବ ବ୍ରେକ୍ ।  ଆଜିଠୁ ୩ ଦିନ କାଳବୈଶାଖୀ ସମ୍ଭାବନା ।  ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ଓ ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ୩୦ରୁ ୪୦ କିଲୋମିଟର ବେଗରେ ବହିବ ପବନ ।  ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ବରଗଡ଼, ବୌଦ୍ଧ,ସୋନପୁର, ବଲାଙ୍ଗିର, ନୂଆପଡ଼ାକୁ ଆଲର୍ଟ କରାଯାଇଛି ।

    ସେହିପରି କାଲି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଘଡ଼ଘଡ଼ି ବର୍ଷା ସହ କିଛି ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଆସନ୍ତାକାଲି ଓ ୪ରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ ।  ଏପ୍ରିଲ ୪ରେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ।

    ଏପ୍ରିଲ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ଆସନ୍ତାକାଲି ପାଇଁ ୯ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୪ ତାରିଖ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।  ୫ ତାରିଖ ପରେ ପୁଣି ପାଗରେ ପରିବର୍ତ୍ତନ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    53 %
    2.4kmh
    61 %
    Sat
    27 °
    Sun
    39 °
    Mon
    42 °
    Tue
    42 °
    Wed
    37 °

    ସମ୍ବନ୍ଧିତ